ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ

ହିଞ୍ଜିିଳିକାଟୁ, (ସୁଧାନିଧି ଚୌଧୁରୀ): ମଇ ମାସ ୨୨ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ତଥା ସ୍ଥାନୀୟ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ପାଳନ ସକାଶେ ବଡ ରଙ୍ଗଣି ସାହି ଓ କେଉଟ ସାହି ପକ୍ଷରୁ ଅକ୍ଷୟ ତୃତୀୟା ଦିବସ ଅବସରରେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ସଂପୃକ୍ତ ସାହିର ଯାତ୍ରାପ୍ରେମୀ ଓ ଯୁବଗୋଷ୍ଠୀ ବିରାଟ ପଟୁଆରରେ ଘଣ୍ଟ, ବାଦ୍ୟବାଜଣା ସହକାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପହଞ୍ଚିଥିଲେ । ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ପୂଜାର୍ଚ୍ଚନା ପୂର୍ବକ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ବଡ ରଙ୍ଗଣି ସାହି ଯାତ୍ରା ଅଧିକାରୀ ବଂଶୀଧର ସାହୁ, ଶରତ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ପର୍ଶୁରାମ ସାହୁ, ଲକ୍ଷ୍ମଣ ସାହୁ, ସତ୍ୟ ନାରାୟଣ ସାହୁ, ଲିଙ୍ଗରାଜ ସେନାପତି, ଶଙ୍କର୍ଷଣ ସାହୁ, ଦେବେନ୍ଦ୍ର ସାହୁ, ରଜନିକାନ୍ତ ସାହୁଙ୍କସ ମେତ ସଂପୃକ୍ତ ସାହିର ବହୁ ଯାତ୍ରାପ୍ରେମୀ ଓ ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ସେହିପରି କେଟଟ ସାହି ପକ୍ଷରୁ ଯାତ୍ରା କମିଟି ସଭାପତି ପ୍ରମୋଦ କୁମାର ବେହେରା, ଭିକା ବେହେରା, ମାନସ ରଞ୍ଜନ ବେହେରା, ବିକ୍ରମ ବେହେରା, ଶ୍ୟାମଘନ ବେହେରା, ହିମାଂଶୁ ବେହେରା, ଉଦୟନାଥ ବେହେରା, ସନ୍ତୋଷ ବେହେରା, ସିଲୁ ବେହେରା, କାଉନସିଲର ଗୋପବନ୍ଧୁ ବେହେରାରଙ୍କ ସମେତ କେଉଟ ସାହିର ବହୁ ଯାତ୍ରାପ୍ରେମୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ପାଟଣା ସାହି ପକ୍ଷରୁ ମଧ୍ୟ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରାତ୍ସୋବ ସକାଶେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ପୁରୋହିତ ଶରତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସାହିର ବହୁ ଯାତ୍ରାପ୍ରେମୀ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ସାହିରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ । ଗାଣ୍ଡୁ ସାହୁ, ରାଜେନ୍ଦ୍ର ସାହୁ, ବିଶ୍ୱମ୍ବର ସାହୁଙ୍କ ସମେତ ସଂପୃକ୍ତ ସାହିର ବହୁ ଯାତ୍ରାପ୍ରେମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ