ପାରଳା ରେଳ ଷ୍ଟେସନ୍‌ରୁ ଶହେ କେଜି ଗଞ୍ଜେଇ ଜବତ, ପୋଲିସର ତଦନ୍ତ ଜାରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ରେଳଷ୍ଟେସନ୍ ପରିସରରେ ଶହେ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି. ସନ୍ଦେହଜନକ ଅବସ୍ଥାରେ ଥିବା ୪ଟି ବଡ଼ ବ୍ୟାଗ ଯାଞ୍ଚ ପରେ ଏହି ଗଞ୍ଜେଇ ଜବତ କରାଯାଇଛି । ବ୍ୟାଗଗୁଡ଼ିକୁ କିଏ ଆଣିଲା ଏବଂ କେଉଁ ରାଜ୍ୟକୁ ଯିବା ପାଇଁ ରଖାଯାଇଥିଲା ସେ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ସୂଚନା ମିଳିଛି। କିଛି ଲୋକ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଜିଆରପିର ତଦନ୍ତ ଓ ଯାଞ୍ଚ ଆରମ୍ଭ ହୋଇଥିଲା। ଏଥିରେ ପୁଳା ପୁଳା ଗଞ୍ଜେଇ ପ୍ୟାକେଟରୁ ବାହାରିଥିଲା। ଜବତ ଗଞ୍ଜେଇର ଓଜନ ପ୍ରାୟ ୧୦୦ କେଜି. ହୋଇଥିବାବେଳେ ଜିଆରପିର ପଦସ୍ତ ଅଧିକାରୀମାନେ ପହଞ୍ଚିବା ପରେ ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ବର୍ତ୍ତମାନ ନିର୍ବାଚନ ସମୟ ହୋଇଥିବାରୁ ବ୍ୟାଗଗୁଡ଼ିକରେ ଟଙ୍କା ଥିବା ନେଇ ସନ୍ଦେହ ସୃଷ୍ଟି ହୋଇ ତଦନ୍ତ କରାଯାଇଥିଲା. ଘଟଣା ନେଇ କେହି ଧରା ପଡି ନ ଥିବା ଜଣାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ