ବିଜେଡିର ହେଲିକେପ୍ଟର ଅବତରଣକୁ ଯାଞ୍ଚ କରାଗଲା ନାହିଁ କାହିଁକି?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ପ୍ରଶାସନର କାର୍ଯ୍ୟାଧାରା ଓ ନିରପେକ୍ଷତାକୁ ନେଇ ଆପତ୍ତି ଉଠାଇଚି କଂଗ୍ରେସ ଦଳ. ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗତ ମଙ୍ଗଳଵାର ଅପରାହ୍ନରେ ହଠାତ ଏକ ହେଲିକେପ୍ଟର ଅବତରଣ କରିଥିଲା। ବିନା କୌଣସି ଅନୁମତିରେ ଏଭଳି ହେଲିକେପ୍ଟର ଅବତରଣ ନେଇ ନା ପୁଲିସ୍ ନା ପ୍ରଶାସନ କେହି ବି ଏହାର ଯାଞ୍ଚ କଲେ ନାହିଁ। ଶେଷରେ ଜଣାପଡିଥିଲା ଯେ, ବିଜେଡିର ଜଣେ ନେତା ଏଥିରେ ଆସିଥିଲେ ଏବଂ ଗଲା ବେଳେ ଯେଉଁ ଦୁଇଟି କଳା ରଙ୍ଗର ବ୍ୟାଗ ହେଲିକେପ୍ଟରରେ ରଖାଯାଇଥିଲା ସେଥିରେ କଣ ଥିଲା? ତାହା ବି ସନ୍ଦେହ ସୃଷ୍ଟି କରୁଛି। ବିରୋଧୀ ଦଳ ପ୍ରାର୍ଥୀମାନେ କୌଣସି ଛୋଟିଆ କାର୍ଯ୍ୟକ୍ରମ କଲେ ଅନୁମତି ଆବଶ୍ୟକ ବୋଲି କହୁଥିବା ପ୍ରଶାସନ ହେଲିକପ୍ଟର ଅବତରଣ କଲେ ମଧ୍ୟ କିଛି ନ ଜାଣିବା ଭଳି ଚୁପ ବସିବା ପ୍ରଶାସନର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଜିଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଯୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା. ସେ କହିଛନ୍ତି ଯେ, ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଆଶା କର୍ମୀ ବିଜେଡି ପାଇଁ ପ୍ରଚାର କରୁଥିବା ଦେଖ‌ିବା ପରେ ଏନେଇ ଅଭିଯୋଗ ହୋଇଥିଲା । ଜଣକୁ ନିଲମ୍ବନ ଏବଂ ଆଉ ଜଣକୁ କେବଳ ବଦଳି କରି ପ୍ରଶାସନ ତାର କାମ ସାରିଦେଇଛି । କିନ୍ତୁ ମହିଳା ସିଆରପି କଂଗ୍ରେସ ପାଇଁ କାମ କରୁଥିବା ଅଭିଯୋଗ ଆସିବା ପରେ ତାକୁ ତୁରନ୍ତ ବହିଷ୍କାର କରାଯାଇଛି। । ଏହା କିଭଳି ନିରପେକ୍ଷତା ବୋଲି କଂଗ୍ରେସ ତରଫରୁ ଆପତ୍ତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ