ଘରେ କେହି ନ ଥିବା ସୁଯୋଗରେ ତାଲା ଭାଙ୍ଗି ଚୋରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ପାଟିକୋଟା ଗ୍ରାମରେ ସୁନା ଓ ରୁପା ସମେତ ବିଭିନ୍ନ ଦସ୍ତାବିଜ ଚୋରି ହୋଇଥିବା ଜଣାପଡ଼ିଛି। ଗ୍ରାମର କମଳା ପଟ୍ଟନାୟକ ଏବଂ ତାଙ୍କ ପରିବାର ଘରେ ତାଲାପକାଇ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତ ତାଲା ଖୋଲି ଘରେ ପଶି ଆଲମିରାରୁ ୨ ତୋଳା ସୁନା ଓ ୧୦ ତୋଳା ରୁପା ସମେତ ବିଭିନ୍ନ ଗରୁତ୍ବପୂର୍ଣ୍ଣ ଦସ୍ତାବିଜ ନେଇ ଯାଇଥିବା ଜଣାପଡ଼ିଛି। ଶ୍ରୀ ପଟ୍ଟନାଯ ଚାବିଟିକୁ ଘରର ବାରଣ୍ଡାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖ୍ ଦେଇ ଚାଲିଯାଇ ଲିଯାଇଥିଲେ। ଘଟଣା ସମ୍ପର୍କରେ ଗୁରାଣ୍ଡି ପୁଲିସ ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ପାଇବା ପରେ ଘଟଣାସ୍ଥଳକୁ ସଦଳେବଳେ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଗୁରାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥ‌ିବା ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ