ମେଗା ୱାଟର ପୋଜେକ୍ଟରୁ ପାଣି ଯୋଗାଣ କେବଳ କାଗଜ କଲମରେ

ହାଟଡିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ପ୍ରତି ପରିବାରକୁ ବିଷୁଦ୍ଧ ପାନୀୟ ଜଳ ଯୋଗାଇଦେବାପାଇଁ ୨୦୧୬ ମସିହାରୁ ଆରମ୍ଭ କରିଛନ୍ତି ବସୁଧା ଯୋଜନା । ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟର ଠିକାଦାରଙ୍କ ଦ୍ୱାରା କାମ କରାଇ ପ୍ରତିଗାଁକୁ ପାନୀୟ ଜଳଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଏହି ଯୋଜନାର ସୁଫଳତା ଲୋକଙ୍କ ପାଖରେ ପହଞ୍ଚି ନଥିବାବେଳେ କାଗଜ କଲମରେ ପାଣି ଯୋଗାଣ ଦର୍ଶାଇ ଠିକାଦାର ଛୁ ମାରିଛି । ଏପରିକି ସେହି ଏକା କମ୍ପାନୀ ପକ୍ଷରୁ ୩୫୦କୋଟି ରୁ ଉର୍ଦ୍ଧ ଆଉ ଏକ ମେଗା ୱାଟର ପ୍ରୋଜେକ୍ଟ ନିର୍ମାଣ କରାଯାଉଥିବାବେଳେ ଏହା କାର୍ଯ୍ୟକ୍ଷମ ହେବକି ନାହିଁ ତାହାକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ସମ୍ପତ୍ତି ବିକାଶ ସମୃଦ୍ଧି ଅନୁଦାନରେ ୩୮କୋଟି ଟଙ୍କା ବ୍ୟୟ ଅଟକଳରେ ୧୯ଟି ଗାଁକୁ ବିଷୁଦ୍ଧ ପାନୀୟଜଳ ଯୋଗାଇଦେବାପାଇଁ ୨୦୧୮ମସିହାରେ ଏକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ୩୦/୯/ ୨୦୨୧ରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ୱାରା ବାଙ୍ଗୋର, ଧନୁର୍ଜୟପୁର, ପଢ଼ିଆରିପଲ୍ଲୀ, ସୋସୋ ବାଲିବରେଇ, ପଢ଼ିଆରିପଲ୍ଲୀ ଆଦି ୫ଟି ପଞ୍ଚାୟତର ୧୯ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହାଦ୍ୱାରା ୨୩ହଜାର ୬୨୨ଜଣ ଲୋକ ଉପକୃତ ହେବେ ବୋଲି କୁହାଯାଇଥିଲା । ହେଲେ ୪ବର୍ଷ ବିତିଯାଇ ଥିଲେ ସୁଧା ଏହି ପ୍ରକଳ୍ପରୁ ସମସ୍ତ ଗାଁକୁ ପାନୀୟଜଳ ପୋନୀୟଜଳ ଯୋଗାଇ ଦିଆଯାଇ ପାରିଲାନାହିଁ । କେବଳ ପ୍ରକଳ୍ପ ନିକଟରେ ଥିବା ମାତ୍ର ଦୁଇ ତିନୋଟି ଗାଁକୁ ପାଣି ଯୋଗାଯାଉ ଥିବାବେଳେ ଅନ୍ୟଗାଁକୁ ପାଣି ଯୋଗାଣ ହୋଇପାରିଲାନି । ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର ଗାଁରେ ୫ବର୍ଷ ହେଲା ପାଇପ ବିଛା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ ଲୋକେ ପାଣିଟୋପେ ପାଇ ପାରିଲେ ନାହିଁ । ଗାଁର ବ୍ରହ୍ମଣ ସାହିରେ ଶତାଧିକ ପରିବାର ବସବାସ କରୁଥିବାବେଳେ ମାତ୍ର ଦୁଇଟି ନଳକୂପ ଥିବାବେଳେ ତାହା ୨୦୧୪ ମସିହାରୁ ଅଚଳ ହୋଇ ପଡି ରହିଛି । ତେଣୁ ବ୍ରାହ୍ମଣ ସାହିର ଲୋକମାନେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ କିଛି ବ୍ୟକ୍ତିଗତ ଲୋକଙ୍କ ନଳକୁପରରୁ ପାଣି ଆଣି ଦିନ କାଟୁଛନ୍ତି ତ ଆଉ କିଛି ଲୋକ ସାଳନ୍ଦୀ ନଦୀରୁ ପାଣିଆଣି ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି । ପାଇପଯୋଗେ ପାନୀୟଜଳ ଯୋଗାଣ ପାଇଁ ପ୍ରତି ଘରକୁ ଟ୍ୟାପ ଲାଗିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ସମ୍ଭବ ହେଲାନି । ଆମେ କେବଳ ସକାଳୁ ଉଠି ପାଇପ ଦର୍ଶନ କରୁଛୁ ପାଣି ନୁହଁ, ପାଇପ ଓ ଟ୍ୟାପ ଦେଖିଲେ କଣ ତୃଷ୍ଣା ମେଣ୍ଟିବ ବୋଲି ବୋଲି ଗ୍ରାମର ବାସନ୍ତୀ ପାଣିଗ୍ରାହୀ, ଜୟନ୍ତୀ ପାଣିଗ୍ରାହୀ, କନକଲତା ପଣ୍ଡା, ପଦ୍ମାବତୀ ପଣ୍ଡା, ବାସନ୍ତୀ ମିଶ୍ର, ଜଲ୍ଲି ପାଣିଗ୍ରାହୀ, ଶାନ୍ତିଲତା ଦେହୁରୀ, ସୁରଥ ଚନ୍ଦ୍ର ପାଣିଗ୍ରାହୀ, ଶରତ କୁମାର ମିଶ୍ର, ଅନନ୍ତ ପଣ୍ଡା, ମାଧବ ପ୍ରାଣିଗ୍ରାହୀ, ନିରାକାର ପଣ୍ଡା, ବାବୁଲି ଭୂୟାଁ, ଅର୍ଜୁନ ଭୂୟାଁ ପ୍ରମୁଖ ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାସଂସ୍ଥା କାମ ନକରି ପଳାଇବାରୁ ଆଉ କାମ ହେବକି ନାଁ ସେନେଇ ସନେ୍ଦହ ସୃଷ୍ଟି ହୋଇଛି । ସେହିପରି ଦନେଇପୁର ତଳସାହିର ଲୋକମାନେ ପାଣିଟୋପେ ପାଇବାପାଇଁ ନାହିଁ ନତôବା ଅସୁବିଧା ଭୋଗୁଛନ୍ତି । ଏଠାରେ ତିରିଶ ପରିବାର ବାସ କରୁଥିବାବେଳେ ଗୋଟିଏ ତାରା ନଳକୂପ ଥିଲା । ତାହା ଅଚଳ ହେବାପରେ ଆଉ ଏହାକୁ ମରାମତି କରୁନାହାନ୍ତି । ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଚନ୍ତି । ଏପରିକି ଗତ ୨୦୨୩ ଜାନୁୟାରୀ ମାସରେ ଓମ୍ବାଡସିର ଓଭରସାଇଟ ଅଥରିଟ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମାନ୍ୟବର ଜଷ୍ଟିସ ଏ.କେ ପଟ୍ଟନାୟକ ହାଟଡିହି ବ୍ଲକ ବାଙ୍ଗୋର ପାନୀୟ ଜଳ ବିଶୋଧନ କେନ୍ଦ୍ର ପରିଦର୍ଶନ କରିବାକୁ ଆସିଥିବାବେଳେ ସରକାରୀ ବାବୁମାନେ ପ୍ରକଳ୍ପ ଠିକ ଚାଲିଛି ଓ ଘରକୁ ଘର ଠିକ ଭାବେ ପାଣି ଯୋଗାଇ ଦିଆଯାଉଛି ବୋଲି ଅଧିକାରୀଙ୍କୁ ଭୁଲ ସୁଚନା ଦେଇ ବାହାବା ନେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଠିକାସଂସ୍ଥା ୧୯ଟି ଗାଁକୁ ନିର୍ଦ୍ଧାରିତ ସମୟରେ ଠିକ ଭାବେ ପାଣି ଯୋଗାଇ ପାରିଲାନି, ସେହି ଠିକାସଂସ୍ଥା ଏବେ ମେଗା ୱାଟର ପ୍ରୋଜେକ୍ଟ କାମ କରୁଛି ଓ ଏହି ପ୍ରୋଜେକ୍ଟରୁ ୨୦୦ରୁ ଉର୍ଦ୍ଧ ଗାଁକୁ ପାଣି ଯୋଗାଇବାର ବ୍ୟବସ୍ଥା ଅଛି । ତେଣୁ କିପରି ଭାବେ ଏହି ପ୍ରକଳ୍ପ କାମ ସମ୍ପୁର୍ଣ୍ଣ ହେବ ନା ଅଧାପନ୍ତରିଆ ପଡି ରହିବ ତାହା ସମସ୍ତଙ୍କୁ ସନେ୍ଦହରେ ପକାଇଛି । ଏନେଇ ଅନେକଥର ପଞ୍ଚାୟତ ସମିତି ବୈଠକରେ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ମାନେ ତୁମ୍ବି ତୋଫାନ କରିଥିଲେବି କୌଣସି ସୁଫଳ ମିଳିପାରିନି । କେବଳ ଗୋଟିଏ ଦୁଇଟି ଗାଁକ୍ୁ ଛାଡିଦେଲେ ଅନ୍ୟ ଗାଁ ଗୁଡିକୁ ଠିକଭାବେ ପାଣି ଯାଉନି, କିପରି ଲୋକମାନେ ପାଣି ପାଇବେ ବୋଲି ନିର୍ବାଚିତ ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗେୀୟ ସହକାରୀଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ କମ୍ପାନୀ ପକ୍ଷରୁ କାମ କରାଯାଇତôଲା, କିନନ୍ତୁ ରାସ୍ତା କାମ କରୁଥିବା ଠିକାଦାର ପୁନର୍ବାର ପାଇପ ଖୋଳି ନଷ୍ଟ କରିଦେବାରୁ ଦନେଇପୁରକୁ ପାଣି ଯାଇପାରିନି । କଣ କରାଯାଇ ପାରିବ ତାହା ଆମେ ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ