ଦିଗପହଣ୍ଡି ରେ କଂଗ୍ରେସ ନିର୍ବାଚନ କାର୍ଯ୍ୟାଳୟ ଫ୍ଲେକ୍ସ ଚିରିଦେଲେ ଦୁର୍ବୃତ୍ତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ନିକଟରେ କଂଗ୍ରେସ  ନିର୍ବାଚନ କାର୍ଯ୍ୟାଳୟ ର ଫ୍ଲେକ୍ସ୍ ବ୍ୟାନର ଗୁଡ଼ିକୁ କିଛି ଅଜଣା ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଚିରି ନଷ୍ଟ କରିଦେଇଥିବା  ନେଇ ଅଭିଯୋଗ ହୋଇଛି। ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସାକା.ସୁଜିତ କୁମାର ଶୁକ୍ରବାର ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଗୁରୁବାର କଂଗ୍ରେସ ପ୍ରାର୍ଥୀ ଏବଂ ବହୁସଂଖ୍ୟକ ଦଳୀୟ କର୍ମୀ ଙ୍କ ଉପସ୍ଥିତି ରେ ବ୍ଲକ ନିର୍ବାଚନ କାର୍ଯ୍ୟାଳୟକୁ ଉଦଘାଟନ କରାଯାଇଥିଲା। କୌଣସି ଦୁର୍ବୃତ୍ତ ପୂର୍ବ ଯୋଜନା ପ୍ରକାରେ କାର୍ଯ୍ୟାଳୟ ସମ୍ମୁଖ ରେ ଲଗାଯାଇଥିବା ପୋଷ୍ଟର ବ୍ୟାନର ଓ ଫ୍ଲେକ୍ସ  ଗୁଡ଼ିକୁ ଚିରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ