ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କ ଉଦ୍ୟମରେ ହାଇଦ୍ରାବାଦରୁ ଗାଁକୁ ଆସିଲା ଶବ

ରଙ୍ଗେଇଲୁଣ୍ଡା, (ଶ୍ରୀକାନ୍ତ କୁମାର ବେହେରା):ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ବସ୍ତିର ସ୍ୱର୍ଗତ ମାଗି ଦାସଙ୍କ ପୁଅ ମିଟୁ ଦାସ ହାଇଦ୍ରାବାଦରେ କୋୖଣସି କାରଣରୁ ଦୁଇଦିନ ତଳେ ମୃତ୍ୟୁ ହୋଇଥିବା ବେଳେ ସେଠାରୁ ମୃତ ମିଟୁର ଶବକୁ ଆଣିବା ପାଇଁ ପରିବାରବର୍ଗଙ୍କ ପକ୍ଷେ ସମ୍ଭବପର ହେଉନଥିବାରୁ ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କୁ ଏବିଷୟରେ ଅବଗତ କରି ସାହାଯ୍ୟ ମାଗିଥିଲେ ପରିବାର ଲୋକେ, ସଙ୍ଗେ ସଙ୍ଗେ ସରପଞ୍ଚ ଅଜିତ ରାଉଳ ନିଜସ୍ଵ ଉଦ୍ୟମ ଏବଂ ପ୍ରଚେଷ୍ଟାରେ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ମିଟୁର ଶବ ନିଜ ଜନ୍ମମାଟିକୁ ଆଜି ଆମ୍ବୁଲାନ୍ସ ଯୋଗେ ଆସି ପହଞ୍ଚିଥିଲା ,ମିଟୁ ହାଇଦ୍ରାବାଦରେ ଏକ ହୋଟେଲରେ ଦୀର୍ଘ ୨୦ ବର୍ଷ ଧରି କାମ କରିଆସୁଥିବା ବେଳେ କୋୖଣସି କାରଣରୁ ମିଟୁର ସେଠାରେ ମୃତ୍ୟୁ ହୋଇଥିଲା । ଗାଁରେ ଶବ ପହଞ୍ଚିବା ପରେ ସରପଞ୍ଚ ସେଠାକୁ ଯାଇ ମିଟୁର ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ