ପାରଳାରେ ସ୍ୱାଧୀନ ପ୍ରାର୍ଥୀ ଆମୋଦଙ୍କ ନିଆରା ଢଙ୍ଗରେ ରିକ୍ସାରେ ଚଢି ପ୍ରଚାର ଭୋଟରଙ୍କୁ ଆକର୍ଶୀତ କରୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ଗତକାଲି ସ୍ୱାଧୀନ ପ୍ରାର୍ଥୀ ଏକ ନିଆରା ଢଙ୍ଗରେ ରିକ୍ସା ଉପରେ ଚଢି ତାଙ୍କର ଚି଼ହ୍ନ ତୁରୀକୁ ବଜାଇ ଲୋକଙ୍କୁ ଭୋଟ ଭିକ୍ଷା କରିବା ସହ ସାହି ସାହି ବୁଲି ପ୍ରଚାର କରିଛନ୍ତି. ସ୍ୱାଧୀନ ପ୍ରାର୍ଥୀ ଆମୋଦ କୁମାର ବର୍ଦ୍ଧନଙ୍କ ଏଭଳି ନିଆରା ପ୍ରଚାର ଭୋଟରଙ୍କୁ ବେଶ ଆକଶ୍ରିତ କରିପାରିଛି. ବର୍ତ୍ତମାନର ଏହି ସ୍ୱାଧୀନ ପ୍ରାର୍ଥୀ ଆମୋଦ କୁମାର ବର୍ଦ୍ଧନ ଜଣେ ସମାଜସେବୀ ଓ ସାମ୍ବାଦିକ ଅଟନ୍ତି. କରୋନା ସମୟରେ ଆମୋଦ ବର୍ଦ୍ଧନ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ସହ ରିକ୍ସାଵାଲାଙ୍କ ନିକଟରେ ପହଞ୍ଚି କରୋନାରୁ ନିଜକୁ ମୁକ୍ତ ରଖିବା ପାଇଁ ବିଭିନ୍ନ ଭାବେ ସଚେତନ କରିବା ସହ ଖାଦ୍ୟ ପଦାର୍ଥ ଦେଇ ସହାୟତା କରିଥିଲେ. ବର୍ତ୍ତମାନର ଏହି ନିର୍ବାଚନ ପରିପ୍ରେକ୍ଷୀରେ ସେହି ରିକ୍ସାଵାଲାମାନେ ଆମୋଦ ବର୍ଦ୍ଧନଙ୍କୁ ସେମାନଙ୍କ ରିକ୍ସା ଦ୍ୱାରା ଶୋଭାଯାତ୍ରା କରିବା ସହ ଆମୋଦଙ୍କୁ ରିକ୍ସାରେ ଚଢ଼ାଇ ନିର୍ବାଚନ ପ୍ରଚାରରେ ରିକ୍ସାଵାଲାମାନେ ସାମିଲ ହୋଇଛନ୍ତି. ପାରଳା ସହରରେ ଗତକାଲି ବିଭିନ୍ନ ଅଞ୍ଚଳରେ ଆମୋଦ ବର୍ଦ୍ଧନଙ୍କ ଏହି ପ୍ରଚାର ଓ ଭୋଟ ଭିକ୍ଷା ସାଧାରଣଙ୍କୁ ଆକଶ୍ରିତ କରିଛି. ଏଭଳି ଢଙ୍ଗରେ ପ୍ରଚାର ନେଇ ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ