କାଶୀନଗରରେ କଂଗ୍ରେସ – ବିଜେପି – ବିଜେଡି ତିନି ଦଳର ପ୍ରଚାର ଜମିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର କାଶୀନଗର ବ୍ଲକ ଓ ଏନ୍‌ଏସିରେ ବିଜେଡି, ବିଜେପି, କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି.ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀତା ହେଉଥିବା ଲକ୍ଷ୍ୟ କରାଯାଇଛି. ବିଜେଡି ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ କାଶୀନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ସିନେ ତାରକା ସୁମନଙ୍କୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚାର କରିଥିଲେ. ଏଥିରେ ଜିଲା ପରିଷଦ ଅଧ୍ଯକ୍ଷ ତିରୁପତି ରାଓ, ବ୍ଳକ ଅଧ୍ଯକ୍ଷା ବାଲା ସାୟମା, ଏଏସସି ଅଧ୍ଯକ୍ଷା ଏମ ସୁଧାରାଣୀ, ଜିଲା ପରିଷଦ ସଦସ୍ୟା ରାଜଲକ୍ଷ୍ମୀ , ଏନଏସି ଉପାଧ୍ଯକ୍ଷ ରଘୁରାମ ସାହୁ ଓ ପ୍ରମୁଖ ନେତା ସାମିଲ ଥିଲେ । ପାରଳାଖେମୁଣ୍ଡି ବିଧାୟକ ତଥା ବର୍ତ୍ତମାନର ପ୍ରାର୍ଥୀ କେ.ନାରାୟଣ ରାଓ ତାଙ୍କ ଦଳର ତୁଙ୍ଗ ନେତାଙ୍କୁ ନେଇ ପ୍ରଚାର ଚଳାଇଛନ୍ତି। ତାଙ୍କ କାର୍ଯ୍ୟ କାଳରେ କରିଥିବା ଉନ୍ନୟନ କାର୍ଯ୍ୟର ରିପୋର୍ଟ କାର୍ଡ ଆଧାରରେ ଭୋଟ ଭିକ୍ଷା କରିବା ସହ ରୋଡ ସୋ ଏବଂ ପ୍ରଚାର ଜୋରଦାର କରୁଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରଚାରରେ ବିଜେଡି ସରକାରଙ୍କ ୨୫ ବର୍ଷ ବିଫଳତା, ମୋଦୀ ସରକାରଙ୍କ ଦର ଦାମ୍ ବୃଦ୍ଧି ଆଦି ପ୍ରସଙ୍ଗ ନେଇ ସମର୍ଥକଙ୍କ ସହ ପଥପ୍ରାନ୍ତ ସଭା ଓ ରୋଡ ଶୋ ପ୍ରଚାର କରି କଂଗ୍ରେସକୁ ପୁଣି ଥରେ କ୍ଷମତାକୁ ଆଣିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ