ମିଥ୍ୟା ଖବର ପରିବେଷଣ କରିଥିବା ଅପପ୍ରଚାରକାରୀଙ୍କ ବିରୋଧରେ ପାରଳା ଥାନାରେ ଏତଲା ଦେଲେ ବରିଷ୍ଠ କଂଗ୍ରେସ ନେତା ବିଜୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ବର୍ତ୍ତମାନ ପାରଳାଖେମୁଣ୍ଡି ବିଧାନସଭା ଆସନରୁ କଂଗ୍ରେସ ଟିକଟରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଭିନ୍ନ ସୋସିଆଲ ମିଡିଆରେ ବିଶେଷ କରି ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ତାଙ୍କ ବିରୋଧରେ ଅପପ୍ରଚାର କରାଉଛି । କେତେବେଳେ ବିଜୟ ନିର୍ବାଚନୀ ରଣାଙ୍ଗନ ଛାଡି ଚାଲିଯାଇଥିବା ନେଇ ପ୍ରଚାର କରାଯାଉଥିବା ବେଳେ ଜଗନ୍ନାଥଙ୍କ ଅମୃତ ମୋହଣୀ ଜମିକୁ ବେଦାନ୍ତକୁ ଶାଗ ମାଛ ଦରରେ ଟେକି ଦେଇ କୋଟି କୋଟି ଟଙ୍କା କମାଇଥ‌ିବା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ଅପପ୍ରଚାର କରାଯାଇଛି । ତେଣୁ ଏଭଳି ଅପପ୍ରଚାରକାରୀଙ୍କ ବିରୋଧରେ ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ଜଗନ୍ନାଥଙ୍କ ଜମି ଘୋଟାଲା ନେଇ ସୁପ୍ରିମ କୋର୍ଟ ସ୍ପଷ୍ଟ ମତ ରଖିଥିବା ବେଳେ କୌଣସି ସତ୍ୟତା ନଥାଇ ଏଭଳି ମିଥ୍ୟା ଖବର ପରିବେଷଣ କରି ଲୋକଙ୍କୁ ବିଭ୍ରାନ୍ତ କରିବା ସହ ସମ୍ମାନ ହାନୀ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ବିରୋଧରେ ଆଇନ ଆନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଏନେଇ କହିଛନ୍ତି ଯେ, ଅଭିଯୋଗର ତଦନ୍ତ ହେବ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ