ପାରଳାରେ ଅକ୍ଷୟ ତୃତୀୟା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ପାରଳା ଗଜପତିଙ୍କ ରାଜକାର୍ଯ୍ୟ ନୀତିରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଜି ରଥ ନିର୍ମାଣ କାର୍ଯ୍ୟ ପାରଳାଖେମୁଣ୍ଡିରେ ଶୁଭାରମ୍ଭ ହୋଇଯାଇଛି. ସକାଳ 8 ଘଣ୍ଟା ସମୟରେ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଅଜ୍ଞା ମାଳ ଅଣାଯାଇ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜା ପାଠ କରାଯିବା ପରେ ଆଜି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି. ଆଜିର ଏହି କାର୍ଯ୍ୟକ୍ରମରେ ପାରଳା ଜଗନ୍ନାଥ ମନ୍ଦିରର ପୂଜମାନଙ୍କ ସହ ଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ, ବସନ୍ତ ପଣ୍ଡା କୁମାର ପ୍ରମୁଖଙ୍କ ସହ ବହୁ ଭକ୍ତ ଯୋଗ ଦେଇଥିଲେ. ଆଜି ଅକ୍ଷୟ ତୃତୀୟା ହୋଇଥିବାରୁ ସକାଳୁ ସକାଳୁ ଭକ୍ତଙ୍କ ବିଶେଷ ଭିଡ଼ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଦେଖା ଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ