ବିଜୟଙ୍କ ମାରାଥନ ପ୍ରଚାର, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭୋଟର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସେ ସହରର ବିଭିନ୍ନ ୱାର୍ଡ ପରିକ୍ରମା 6କରି ଭୋଟ ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ସହ ନଗର ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ଉପ ସଭାପତି ଅଭିମନ୍ୟୁ ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ ପ୍ରମୁଖଙ୍କ ସହ ବହୁ କର୍ମୀ ଓ ନେତା ଯୋଗଦେଇଥିଲେ। ଅନୁରୂପ ଭାବେ ପୂର୍ବଡିନ ଗୁମ୍ମା ବ୍ଲକ ସଦର ଥରେ କଂଗ୍ରେସ କରିଥିଲା ଏକ ବିଶାଳ ସମାବେଶ। ଏଥିରେ ସ୍ଥାନୀୟ ଅଞ୍ଚଳର ଭୋଟର ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁମ୍ମା ବ୍ଲକ ଏଠିକାର ଜିତିବା ପାଇଁ ଏକ ମାପକାଠି ବୋଲି ଧରାଯାଏ । ଏବଂ ଏହି ବ୍ଲକ କଂଗ୍ରେସର ଗଡ ଭାବେ ବେଶ ଜଣାଶୁଣା। ତେଣୁ କଂଗ୍ରେସ ଏହି ବ୍ଲକ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛି ବୋଲି ଆଲୋଚନା ହେଉଛି। କଂଗ୍ରେସ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ମଧ୍ୟ ଏହି ବ୍ଲକ ଉପରେ ନଜର ରଖି ଏପରି ଏକ ଶୋଭାଯାତ୍ରା ଆୟୋଜିତ କରିଥିଲେ। ସମୟ କହିବ ଏହି ବିଧାନସଭା ଆସନ କେଉଁ ଦଳର ପ୍ରାର୍ଥୀ ହରାଉଛନ୍ତି । କିନ୍ତୁ ପ୍ରଚାର ଶେଷ ପର୍ଯ୍ୟରେ ଥିବାବେଳେ ରୋଚକ ମୋଡ଼ ନେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ