ଭୃଗୁ ଓ ସୁବାସଙ୍କ ଜୋରଦାର ପ୍ରଚାର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଶ୍ରୀରାମଚନ୍ଦ୍ରପୁର ଓ ଚମାଖଣ୍ଡି ପଂଚାୟତ ରେ ବିଜୁ ଜନତା ଦଳ ପକ୍ଷରୁ ଦମଦାର ପ୍ରଚାର ହୋଇଯାଇଛି । ବିଜୁ ଜନତା ଦଳର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଓ ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ଦୁଇଟି ପଂଚାୟତ ର ଘରକୁ ଘର ବୁଲି ଜନସାଧାରଣଙ୍କୁ ଭୋଟ୍ ଭିକ୍ଷା କରିବା ସହ ଯୋଡିଶଙ୍ଖରେ ଭୋଟ ଦେବାକୁ ଦୁଇ ନେତା ନିବେଦନ କରିଥିଲେ । ସବୁଠି ବିଜେଡି ବ୍ରହ୍ମପୁର ସାଂସଦ ଭୃଗୁ ବକ୍ସି ପାତ୍ର ଓ ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଙ୍କୁ ବିପୁଳ ସମର୍ଥନ ସହିତ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ କରାଯାଉଛି । ଉଭୟ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଭିଏଁ ସଙ୍କଳ୍ପ ନେବାକୁ ଆହ୍ୱାନ୍ ଦେଇଥିଲେ । ଏହାସହ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିକାଶର ଧାରା ବଜାୟ ରଖିବାକୁ ସହଯୋଗ କାମନା କରିଥିଲେ । ସେହିପରି ଆଜି ଦୁଇଟି ପଂଚାୟତ ରେ ଓଡିଆ ସିନେ ଅଭିନେତା ଜ୍ୟୋତି, ଅଭିନେତ୍ରୀ ଦିବ୍ୟା ଓ ଚାନ୍ଦିନୀ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ ରେଡ୍ଡୀ, ସମିତି ସଭ୍ୟ ଏନ. ଚନ୍ଦ୍ରୟା ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ଏସ. ସଂଜୀବ ରେଡ୍ଡୀ,ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ବିଜୁଜନତାଦଳର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, କେ. ତୁମ୍ବନାଥ ରେଡ୍ଡୀ, ଏନ. ଈଶ୍ୱର ରେଡ୍ଡୀ, ଗୁରୁମୂର୍ତ୍ତି ରେଡ୍ଡୀ, ଶହଦେବ ସାହୁ, ଏନ. ଦିନା ରେଡ୍ଡୀ, ପି. ଧବଳେଶ୍ଵର,ନାରୀନେତ୍ରୀ ନୀଳାଦ୍ରି ପ୍ରଧାନ, କାଳୀପଲ୍ଲୀ ସମିତି ସଭ୍ୟ ବିକାଶ ବେହେରା, ଅମର ବେହେରା, ଏନ. କାମରାଜୁ ରେଡ୍ଡୀଙ୍କ ସମେତ ବହୁ କର୍ମୀ ପ୍ରଚାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ