ନୂଆମଠ ଠାରେ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

ନିମାପଡ଼ା,(ସନ୍ତୋଷ ଦାଶ):ପବିତ୍ର ଅକ୍ଷୟ ତୃତୀୟା ତିଥି ଠାରୁ ପ୍ରାଚୀ ଉପତ୍ୟକା ନୟାହାଟର ନୂଆମଠ ଠାରେ ଆରମ୍ଭ ହୋଇଥିବା ୫୮ ତମ ଗୁରୁଭକ୍ତ ସମ୍ମିଳନୀ ଆଜି ରାତିରେ ଉଦଯାପନ ହୋଇଯାଇଛି। ପ୍ରାତଃ ୪ଟାରୁ ମଠରେ ଶୁଭ ଶଙ୍ଖ ବାଦନ, ଅବକାଶ ନୀତି, ମଙ୍ଗଳ ଆଳତି, ଭୋଗ ଲାଗି ପରେ ମଠ ର ମୁଖ୍ୟ ତତ୍ତ୍ୱାବଧାରକ ବାବାଜୀ ଦାମୋଦର ଦାସ ଙ୍କ ନେତୃତ୍ୱ ରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ରେ ଧର୍ମ ସଭା ର ଆୟୋଜନ କରାଯାଇଥିଲା।ଏହି ଧର୍ମସଭା ରେ ବିଭିନ୍ନ ମଠ, ଆଶ୍ରମ ରୁ ଆସିଥିବା ସାଧୁ ସନ୍ଥ,ବାବାଜୀ ମାନେ ଯୋଗ ଦେଇ ବାବା ମଧୁସୂଦନ ଙ୍କ ଗୁଣ ଗାନ କରିବା ସହିତ ସମସ୍ତ ଙ୍କୁ ଆଧ୍ୟାତ୍ମିକ ମାର୍ଗ ରେ ପରିଚାଳିତ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟ କ୍ରମ ରେ ସ୍ବାମୀ କ୍ରୀଷ୍ଣାନନ୍ଦ ଗିରି, ସ୍ବାମୀ ବିଶ୍ଵ ଆତ୍ମାନନ୍ଦ ଗିରି, ବାବାଜୀ ସତ୍ୟାନନ୍ଦ ଦାସ, ବାବାଜୀ ଜଗବନ୍ଧୁ ଦାସ, ବାବାଜୀ ପରମାନନ୍ଦ ଦାସ, ବାବାଜୀ ଅରକ୍ଷିତ ଦାସ, ବାବାଜୀ ଦିବାକର ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଓଁ କୃଷ୍ଣ ମଧୁସୂଦନ, ବାସୁଦେବ ଜନାର୍ଦ୍ଦନ ଶବ୍ଦରେ ମଠ ପରିସର ପ୍ରକମ୍ପିତ ହୋଇ ପଡ଼ିଥିଲା। ସଂଧ୍ୟା ରେ ପ୍ରବଚନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦୁଇ ଦିନିଆଁ କାର୍ଯ୍ୟକ୍ରମ କୁ ସେବକ ପ୍ରୀତି ରଞ୍ଜନ ଦାସ, ଡ଼ଃ. ରତ୍ନାକର ମହାନ୍ତି
ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ନୀଳମଣି ସାହୁ ଓ କୃଷ୍ଣ ଚନ୍ଦ୍ର ଓଝା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ