ବିଜୁ ଜନତା ଦଳର ବାଲେଶ୍ବର ସାଂସଦ ପ୍ରାର୍ଥୀ ଡ. ଲେଖାଶ୍ରୀ ସାମନ୍ତସିଂହାର ରଙ୍କ ପ୍ରାର୍ଥିପତ୍ର ଦାଖଲ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ବର ଲୋକସଭା ଆସନ ସନରୁ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି ପ୍ରାର୍ଥୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି•ଦଳିୟ କର୍ମୀ ଓ ସମର୍ଥକ ମାନଙ୍କ ସହ୤ ଏକ ବିଶାଳ ଶୋଭା ଶୋଭାଯାତ୍ରାରେ ଗାନ୍ଧୀ ସ୍ମୃତୀ ଭବନ ଠାରୁ ବାହାରି ଷ୍ଟେସନ୍ ଛକ, ଫକୀର ମୋହନ ଗୋଲେଇ, ଫାଣ୍ଡି ଛକ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୈ ପହଁଚିଥିଲେ। । ପାଣ୍ଡି ଛକରେ ଥୁବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିବେକାନନ୍ଦ ମାର୍ଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲା । ପରେ ପରେ ସେ ଜିଲ୍ଲାପାଳଙ୍କ ନିକଟରେ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହି ଶୋଭାଯାତ୍ରରେ ପ୍ରାର୍ଥୀ ଲେଖାଶ୍ରୀଙ୍କ ସହିତ ଜଳେଶ୍ବର ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସ, ରେମୁଣା ବିଧାୟିକା ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ, ବସ୍ତା ବିଧାୟିକା ପ୍ରାର୍ଥୀ ସୁବାସିନୀ ଜେନା,ନିଳଗିରୀ ଵିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ,ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ,ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ,ଵ୍ରୀଟ ଚେୟାରମେନ୍ ଆଲୋକ ସାହୂ ,ଟାଉନ ମହିଳା ବିଜେଡି ସଭାପତି ମୀନା ମହାନ୍ତି ଓ ଅର୍ଵାନ ବ୍ୟାଙ୍କ ସଭାପତି ସୂର୍ଯ୍ୟ କାନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ