ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ: ନାମାଙ୍କନ ଭରିଲେ ସୁଧାଂଶୁ, ନିରଞ୍ଜନ, ସଞ୍ଜୀବ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ଚାଚନ ମଣ୍ଡଳୀରେ ଆଜି ଦୁଇ ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ବିଜେପି ପ୍ରାର୍ଥୀ ଡ.ସୁଧାଂଶୁ ଶେଖର ନାୟକ ଓ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଜିଲାପାଳଙ୍କ କାର୍ଯ୍ୟଳୟସ୍ଥ ଅତିରିକ୍ତ ଜିଲାପାଳ(ସାଧାରଣ)ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀ ନାୟକ ବନ୍ତ ଥାନା ଛକ ଠାରୁ ଏକ ଖୋଲା ଜିପ୍‌ରେ ୨୫ ପଞ୍ଚାୟତର ହଜାର ହଜାର ସଂଖ୍ୟାରେ କର୍ମୀ ମାନଙ୍କ ସହିତ ଶୋଭାଯାତ୍ରାରେ ବାହାରି ପଧାନପଡା, ନିଳୋକ, ସେଣ୍ଢତୀରା, ଗୋବିନ୍ଦପୁର, କେନ୍ଦୁଆପଦା, ତୋଡଗାଁ ଆଦି ପଞ୍ଚାୟତ ଅତିକ୍ରମ କରି ବାରିକପୁର ଠାରେ ପହଞ୍ôଚ ଥିଲେ । ଅପରପାଶ୍ୱର୍ରୁ ଭଣ୍ଡାରିପୋଖରୀ ବ୍ଲକର ୨୩ ପଞ୍ଚାୟତରୁ ଆସିଥିବା ହଜାର ହଜାର କର୍ମୀ ବାରିକପୁର ଠାରେ ପହଞ୍ôଚବା ପରେ ଉଭୟ ବ୍ଲକର କର୍ମୀ ମାନଙ୍କ ଗହଣରେ ଭଦ୍ରକ ଅଭିମୁଖେ ଶୋଭାଯାତ୍ରାରେ ଯାଇ ଭଦ୍ରକ ନୂଆ ବସଷ୍ଟାଣ୍ଡସ୍ଥିତ ଶନିମନ୍ଦିର ଠାରେ ପହଞ୍ôଚ ଥିଲେ । ସେଠାରେ ବିଜେପିର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସହିତ ହଜାର ହଜାର ସଂଖ୍ୟାରେ କର୍ମୀ ମାନେ ଉପସ୍ଥିତ ଥିଲେ । ଶନିମନ୍ଦିରରୁ ପୂଜାର୍ଚ୍ଚନା କରାଯିବା ପରେ ପ୍ରାୟ ୧୫ ହଜାର କର୍ମୀଙ୍କ ଗହଣରେ ଡିଜେ, ବିଭିନ୍ନ ପ୍ରକାରର ବାଜା ଓ ଆତସବାଜି ସହିତ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶ୍ରୀ ନାୟକ ଏକ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା ତାଙ୍କର ପ୍ରସ୍ତାବକ ଥିଲେ । ଶୋଭାଯାତ୍ରା ଓ ନାମାଙ୍କନ ପତ୍ର ଦାଖଲ ବେଳେ ସାଂସଦ ପ୍ରାର୍ଥୀ ଶ୍ରୀ ସେଠୀ, ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ, ରାଜ୍ୟ ନେତୃତ୍ୱ ଠାକୁର ରଣଜିତ୍ ଦାସ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଜଗବନ୍ଧୁ ଦାସ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସଅଧିକାରୀ, ବଳଦେବ ଜୀଉ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ ସାମଲ, ସୁବର୍ଣ୍ଣମୁଖୀ ମଣ୍ଡଳ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବିଧାନ ସଭା ବୁଥ୍ ପାଳକ କମଳାକାନ୍ତ ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆନନ୍ଦ ଚନ୍ଦ୍ର ଓଝା, ନାରୀନେତ୍ରୀ ପଙ୍କଜିନୀ ଲେଙ୍କା, ତୋଡଗାଁ ସରପଞ୍ଚ ମାନସ ପହି, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ଛୟାଳସିଂହ ସରପଞ୍ଚ ପ୍ରତିନିଧି ସନ୍ତୋଷ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ସମିତି ସଭ୍ୟା ନିରୁପମା ରାଉତ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, କୃପାସିନ୍ଧୁ ସେଠୀ, ଦୁର୍ଗା ଚରଣ ବିଶ୍ୱାଳ, ସୁବାଷ ମଳିକ, ସୁଧିର କୁମାର ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ । ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ବନ୍ତ ଓ ଭଣ୍ଡାରିପୋଖରୀରୁ ବାହାରି ଭଦ୍ରକ ନୂଆ ବସଷ୍ଟାଣ୍ଡସ୍ଥିତ ଓଭରବ୍ରିଜ୍ ଠାରେ ଏକତ୍ରିତ ହୋଇଥିଲେ । ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କ ଗହଣରେ ଶ୍ରୀ ପଟ୍ଟନାୟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ୪ ସେଟ୍ ନାମାଙ୍କନ ପତ୍ର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଗୋପିନାଥପୁର ସରପଞ୍ଚ ସବିତା ନାୟକ, ବୟାଁ ସରପଞ୍ଚ ମିନତୀ ସାହୁ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଗୋଲକ ବେହେରା ପ୍ରମୁଖ ପ୍ରସ୍ତାବକ ଥିଲେ । ଶୋଭାଯାତ୍ରା ଓ ନାମାଙ୍କନ ପତ୍ର ଦାଖଲ ବେଳେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାଜ୍ୟ ସାଧାରଣ ସଂପାଦକ ପଦ୍ମାକର ଗୁରୁ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ଜିଲା ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି ରାଜ କିଶୋର ସ୍ୱାଇଁ, ଜିଲା ନିର୍ବାଚନ ସଂଯୋଜକ ନଳିନୀକାନ୍ତ ମହାନ୍ତି, ଜିଲା ମହିଳା ସଭାନେତ୍ରୀ ସବିତା ଚାନ୍ଦ, ଯୁବନେତା ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ବହୁ ନେତୃତ୍ୱ ଉପସ୍ଥିତ ଥିଲେ । ସେହିପରି ବିଜେଡି ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବନ୍ତ ଓ ଭଣ୍ଡାରିପୋଖରୀରୁ ହଜାର ହଜାର ସଂଖ୍ୟାରେ ଆସିଥିବା କର୍ମୀ ଭଦ୍ରକ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଏକତ୍ରିତ ହେବା ପରେ ସେଠାରୁ ପ୍ରାୟ ୨୦ ହଜାର କର୍ମୀଙ୍କ ଗହଣରେ ଶ୍ରୀ ମଲ୍ଲିକ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରା ଓ ନାମାଙ୍କନ ପତ୍ର ଦାଖଲ ବେଳେ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁପଦ ରାଉତରାୟ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣତିକାନ୍ତ ସାମଲ, ବନ୍ତ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଭଣ୍ଡାରିପୋଖରୀ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ