ଜିଲ୍ଲା ସ୍ତରୀୟ କୃଷକ ଦିବସ -୨୦୨୪ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କେନ୍ଦ୍ରାପଡା ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ଅରୋବିନ୍ଦ ଦାସ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ଚାନ୍ଦ ଅତିଥି ଭାବେ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅଖିମୁଠି ଅନୁକୂଳ କରିଥିଲେ । ପ୍ରଥମେ ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ଉଭୟ ଅଧିକାରୀ ବିଲରେ ଅଖିମୁଠି ବୁଣି ଚାଷକାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏଥିସହିତ ଚଳିତ ବର୍ଷ ଜିଲ୍ଲାରେ ଚାଷ ଭଲରେ ହେଉ ଏବଂ କୃଷି ଓ କୃଷକମାନଙ୍କର ଶୁଭକାମନା କରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ କୃଷି ଅଧିକାରୀ ମନୋରଞ୍ଜନ ରାଉଳ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଦେବଦାସ ଦତ୍ତ, ନାବାର୍ଡର ଡିଡିଏମ ଅଶୋକ କୁମାର ଆଚାର୍ଯ୍ୟ, ସହକାରୀ କୃଷି ଅଧିକାରୀ ନିରଞ୍ଜନ ରାଉତ, ଡିଏଫଓ ଶଶାଙ୍କ ଶେଖର ସାହୁ, କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ(ଆଗ୍ରୋନୋମି) ଡ. ତାପସ ରଞ୍ଜନ ସାହୁ, ବୈଜ୍ଞାନିକ(ଉଦ୍ୟାନକୃଷି) ଡ. ପ୍ରଭଞ୍ଜନ ମିଶ୍ର, ବୈଜ୍ଞାନିକ(ପ୍ଲାଣ୍ଟ ପ୍ରୋଟେକସନ) ଡ. ଗାୟତ୍ରୀ ସାହୁ, ବୈଜ୍ଞାନିକ(ମତ୍ସ୍ୟ) ମାନସ ରଞ୍ଜନ ବେହେରା, ବୈଜ୍ଞାନିକ(ଗୃହ ବିଜ୍ଞାନ) ନମିତା ମହାପାତ୍ର, ଝୋଟ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ସାରିକା ଜେନା ଓ ବୈଜ୍ଞାନିକ ଡ. ପୂଜା କହଁର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ