କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ସିଭିଲ କୋର୍ଟ, ପଟ୍ଟାମୁଣ୍ଡାଇ, ରାଜନଗର ଓ ଆଳିରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ୧୯୬୧ଟି ମାମଲାର ସମାଧାନ କରାଯିବା ସହିତ ୨କୋଟି ୧ଲକ୍ଷ ୫୧ହଜାର ୮୮୫ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହି ମାମଲାଗୁଡିକ ହେଉଛି ୨୯ଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ଗୋଟିଏର ସମାଧାନ କରାଯାଇଥିଲା । ୧୭୬ଟି ଚେକ୍ ବାଉନ୍ସ ମାମଲା ପଞ୍ଜିକୃତ ହୋଇଥିବ ବେଳେ ସେଥିରୁ ୪୧ଟିର ଫଇସଲା କରାଯାଇଥିଲା । ୧ଶହଟି ଅର୍ଥ ପୁନରୁଦ୍ଧାର ମାମଲା ପଞ୍ଜିକୃତ ହୋଇଥିବ ବେଳେ ସେଥିରୁ ୧୧ଟିର ସମାଧାନ କରାଯାଇ ୨୬ଲକ୍ଷ ୪୮ହଜାର ୩୬୫ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ୧୨ଟି ମାମଲା ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୮ଟିର ସମାଧାନ କରାଯାଇ ୫୩ଲକ୍ଷ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ୩୯ଟି ବୈବାହିକ ବିବାଦ (ବିବାହ ବିଚ୍ଛେଦ ବ୍ୟତୀତ) ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୧୭ଟିର ଫଇସଲା କରାଯାଇଥିଲା । ୩୦ଟି ଜମି ଅଧିଗ୍ରହଣ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ଗୋଟିଏର ସମାଧାନ କରାଯାଇ ୫୨ହଜାର ୫୧୪ଟଙ୍କା ଆଦାୟ କରାଯାଇଥିଲା । ୧୫୦୮ଟି ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ନିକଟରେ ହୋଇଥିବା ରାଜସ୍ୱ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୧୩୦୮ଟିର ଫଇସଲା କରାଯାଇ ୩ଲକ୍ଷ ୮୫ ହଜାର ୬ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ୧୫୩ଟି ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୫୪ଟିର ଫଇସଲା କରାଯାଇଥିବା ବେଳେ ୫୬୧ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୧୫୯ଟିର ସମାଧାନ କରାଯାଇଥିଲା । ମୋଟ୍ ୨୬୦୮ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୧୬୦୦ଟି ମାମଲାର ସମାଧାନ କରାଯାଇ ୮୪ଲକ୍ଷ ୩୫ହଜାର ୮୮୫ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ସେହିଭଳି ମକୋଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା ମାମଲା) ବ୍ୟାଙ୍କ ଋଣ ବିବାଦ ୨୩୬୮ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୩୬୦ଟିର ଫଇସଲା କରାଯାଇ ୧କୋଟି ୧୬ଲକ୍ଷ ୪୪ହଜାର ଟଙ୍କା ଆଦାୟ କରାଯାଇଥିଲା । ୨୦ଟି ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ଗୋଟିଏର ଫଇସଲା କରାଯାଇ ୭୨ହଜାର ଟଙ୍କା ଆଦାୟ କରାଯାଇଥିଲା । ସର୍ବମୋଟ୍ ୪୯୯୬ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୧୯୬୧ଟିର ଫଇସଲା କରାଯାଇ ୨କୋଟି ୧ଲକ୍ଷ ୫୧ହଜାର ୮୮୫ ଟଙ୍କା ଆଦାୟ କରାଯାଇଥିଲା । ଉପରୋକ୍ତ ମାମଲାଗୁଡିକୁ ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ୍ ମହାନ୍ତି, ପରିବାର ଅଦାଲତ ଜଜ୍ ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲା ଜଜ୍ ଅଜୟ କୁମାର ପ୍ରଧାନ, ବରିଷ୍ଠ ସିଭିଲ ଜଜ୍ ଅନ୍ନପୂର୍ଣ୍ଣା ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ବରିଷ୍ଠ ସିଭିଲ ଜଜ୍ (ଏଲ୍‌ଆର୍ ଆଣ୍ଡ ଏଲ୍‌ଟିଭି) ଆଲୋକମୟୀ ପ୍ରଧାନ, ଅତିରିକ୍ତ ବରିଷ୍ଠ ସିଭିଲ ଜଜ୍ ସ୍ନିଗ୍ଧା ପଣ୍ଡା, ସିଭିଲ ଜଜ୍ କୁମାର ସ୍ପନ୍ଦନ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଲିପାପୁଷ୍ପା ଖୁଣ୍ଟିଆ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (କଗ୍ ଟେକିଂ) ଅମିତ କୁମାର ବେହେରା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଡି.କେ.ବାଲକ୍ରିଷ୍ଣନ୍‌, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଇପ୍ସିତା ପ୍ରିୟା ଏକ୍କା, ପଟ୍ଟାମୁଣ୍ଡାଇ ସହକାରୀ ସେସନ୍ସ ଜଜ୍ ତଥା ବରିଷ୍ଠ ସିଭିଲ ଜଜ୍ ସୁଶ୍ରୀ ସଙ୍ଗିତା ମଲ୍ଲିକ, ସିଭିଲ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସମୀକ୍ଷା ମହାନ୍ତି, ରାଜନଗରର ନ୍ୟାୟାଧିକାରୀ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜ୍ୟୋତିର୍ମୟୀ ଷଡଙ୍ଗୀ ଏବଂ ଆଳି ସିଭିଲ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦୀପ୍ତିରଞ୍ଜନ ଦାଶ ପ୍ରମୁଖ ମକଦ୍ଦମାଗୁଡିକର ଫଇସଲା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ