ବାହାବଳପୁର ଓ ଦୁବୁଲାଗଡି ରେ ସଦର ବିଜେପି ପକ୍ଷରୁ ମିଶ୍ରଣ ପର୍ବ

ବାଲେଶ୍ଵର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସଦର ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରତି ଜନ ସାଧାରଣ ଓ ଅନ୍ୟ ରାଜନୈତିକ ଦଳ ର କର୍ମୀ ମାନଙ୍କର ସେତିକି ଆକର୍ଷଣ ବଢ଼ିବାରେ ଲାଗିଛି। ଏଥର ବିଜେପି ଜଣେ ଟାଣୁଆ ଯୁବ ନେତା ମାନସ ଦତ୍ତ ଙ୍କୁ ପ୍ରାର୍ଥୀ କରିଥିବାରୁ ମତଦାତା ବିଶେଷ କରି ଯୁବ ଗୋଷ୍ଠୀ ବିଜେପି ଆଡକୁଢଳିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀ ରେ ଶନିବାର ମଧ୍ୟାହ୍ନ ରେ ସଦର ନିର୍ବାଚନ ମଣ୍ଡଳୀ ର ବାହାବଳ ପୁର ଓ ଦୁବୁଲା ଗଡି ରେ ବିଜେପି ପକ୍ଷରୁ ଦୁଇଟି ପୃଥକ ପୃଥକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ର ପ୍ରାର୍ଥୀ ମାନସ ଦତ୍ତ ଯୋଗ ଦେଇ ଅନ୍ୟ ଦଳରୁ ଆସିଥିବା ଶତାଧିକ କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଆଗାମୀ ନିର୍ବାଚନ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣଙ୍କ ପାଇଁ ନିର୍ଣ୍ଣାୟକ ହେବ ବୋଲି ଶ୍ରୀ ଦତ୍ତ କହିଥିଲେ। ଦୀର୍ଘ ୨୫ବର୍ଷ ଧରି ଜନତା ଜନାର୍ଦ୍ଦନ ନବୀନ ପଟ୍ଟନାୟକ ଙ୍କୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଦେଇଥିଲେ ମଧ୍ୟ ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରିନାହିଁ। ଫାଇବ -ଟି କେବେଳ ଧୂଆଁ ବାଣ ସୃଷ୍ଟି କରି ଲୋକଙ୍କୁ ଭ୍ରମିତ କରିଛି। ଯେଉଁ ସରକାରୀ ଅଫିସ କୁ ଗଲେ ଲାଞ୍ଚ ନଦେଲେ କାମ ହେଉନି। ବିଜେପି କୁ କ୍ଷମତା କୁ ଆଣିଲେ ପ୍ରଥମେ ଦୁର୍ନୀତି କୁ ମୁଳୋତ୍ପାଟନ କରିବାକୁ ସେ ସଂକଳ୍ପବଦ୍ଧ ଅଟନ୍ତି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଯୋଜନା ଗୁଡିକୁ ରାଜ୍ୟ ସରକାର ଠିକ ଭାବେ କାର୍ଯ୍ୟକାରୀ ନ କରି ସେଗୁଡିକୁ ନିଜ ନାମ ରେ କରି ଲୋକଙ୍କୁ ବିଭ୍ରାନ୍ତ କରି ଚାଲିଛନ୍ତି. ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନା ଓ ଆୟୁଷ୍ମାନ ଯୋଜନା କୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି।ଫଳରେ ଚାଷୀ ଓ ରୋଗୀ ମାନେ କେନ୍ଦ୍ରୀୟ ଯୋଜନା ରୁ ବଂଚିତ ହେଉଛନ୍ତି ବୋଲି ଦଶ୍ରୀ ଦତ୍ତ କ୍ଷୋଭ ର ସହ କହିଥିଲେ.ଆଜିର ମିଶ୍ରଣ ପର୍ବ ରେ ଲୋକନାଥ ଭୂୟାଁ,, ରାଜେନ୍ଦ୍ର ଚାଟାର୍ଜି,, ରାମନାରାୟଣ ଦ୍ବିବେଦୀ, ରବୀନ୍ଦ୍ର ଜେନା, ବିମଳ ସାହୁ, ରଶ୍ମିତା ମଣ୍ଡଳ, ସୁଶୀଲ ମଣ୍ଡଳ ଏବଂ ଲକ୍ଷ୍ମୀଧର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ