ହରଭଙ୍ଗୀ ଡ୍ୟାମରେ ବୁଡ଼ି ଯୁବକ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ହରଭଙ୍ଗୀ ଡ୍ୟାମରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମଝି କିରିମ୍ବା ଗାଁର ରୋହ ବଳିୟାରସିଂ (୧୭) । ମୋହନା ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଗତକାଲି ଶନିବାର ଅପରାହ୍ନରେ ଗାଁର କିଛି ଲୋକ ହରଭଙ୍ଗୀ ଡ୍ୟାମରେ ଗାଧୋଉଥିଲେ I ଏହି ସମୟରେ ରୋହନ ଡ୍ୟାମରେ ବୁଡ଼ି ଯାଇଥିଲେ । ଗାଁ ଲୋକେ ବହୁ ସମୟ ଖୋଜା ଖୋଜି ପରେ ମୋହନା ଅଗ୍ନିଶମ ବାହିନୀ ଓ ଅଡବା ପୁଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇବା ସହ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ