ସିମେଣ୍ଟ ଇଟା ବୋଝେଇ ଭ୍ୟାନ୍ ଦୁର୍ଘଟଣା, ଜଣେ ମୃତ, ୨ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଲକରେ ସିମେଣ୍ଟ ବୋଝେଇ ଏକ ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣା ଘଟିଛି. ଯାହା ଫଳରେ ଗାଡ଼ିରେ ଯାଉଥିବା ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୨ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ସୂଚ଼ନାଯୋଗ୍ୟ,ଗତକାଲି ଏକ ପିକ୍ ଅପ୍ ଭ୍ୟାନ ଗାଡ଼ି ନମ୍ବର-OD17G 9382 ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମରୁ ସିମେଣ୍ଟ୍ ଇଟା ବୋଝେଇ କରି ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ଗ୍ରାମକୁ ଗାଡ଼ିଟି ଯାଉଥିବାବେଳେ ମରିଚିମା ଗ୍ରାମ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଯାହା ଫଳରେ ଗାଡ଼ି ଚାଳକ ତଥା ମାଲିକ ବିଦ୍ୟାଧର ସାହୁଙ୍କ ସମେତ ୫ ଜଣ ଶ୍ରମିକ ଗାଡିରୁ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ମେରାପଲ୍ଲୀ ଗ୍ରାମର ସୁରେଇ ସାହୁ ଗୁରୁତର ହୋଇ ପଡ଼ିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକା ଚ଼ିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ୨ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ