ସଦର ନିର୍ବାଚନ ମଣ୍ତଳୀ ରାଇସୁଆଁ ଗ୍ରାମପଞ୍ଚାୟତରେ ବିଜେଡ଼ିର ମିଶ୍ରଣପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ସେତିକି ପରିମାଣର ମିଶ୍ରଣ ପର୍ବ ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ସଦର ନିର୍ବାଚନମଣ୍ଡଳିର ରାଇସୁଆଁ ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଭାରତୀୟ ଜନତା ପାର୍ଟିରୁ ଆସିଥିବା ୱାର୍ଡ ମେମ୍ବର ବସନ୍ତ ବେହେରା, ସେକ୍ ସମସର, ବରିଷ୍ଠ କର୍ମୀ ସେକ୍ ସୁଲତାନ, ଇଶ୍ବର ରାଉତ,ଜଗଦିଶ ରଣା, ସେକ୍ ଲାଲବାବୁ, ଗୌରମହୋନ ସିଂ ଏବଂ ଦଳୀୟ କର୍ମୀମାନଙ୍କୁ ଫୁଲତୋଡ଼ା ଓ ଶଙ୍ଖ ଚିହ୍ନ ଥିବା ଉତରୀୟ ଦେଇ ସ୍ୱାଗତ କରିଥିଲେ । ବିଧାୟକ କହିଥିଲେ କି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଗ୍ରାମାଂଚଳରେ କାର୍ଯ୍ୟକାରୀ କରିବା ଦିଗରେ ନୂତନ କର୍ମୀମାନେ ସହଯୋଗ କରିବା ଆବଶ୍ୟକ । ଗ୍ରାମାଂଚଳର ବିକାଶ ହେଲେ ରାଜ୍ୟର ତଥା ଦେଶର ବିକାଶ ହୋଇପାରିବ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡ଼ିର ସଦର ନିର୍ବାଚନମଣ୍ଡଳି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମରେ ସଦର ବ୍ଲକ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ବିଜେଡ଼ି ରାଇସୁଆଁ ଗ୍ରାମପଞ୍ଚାୟତ ସଭାପତି ଶ୍ରୀ ଦୀପକ ରାଉତ, ସରପଞ୍ଚ ଅଜିତ୍ ମହାପାତ୍ର, ସମିତି ସଭ୍ଯ ଦୀପକ ଜେନା, ବରିଷ୍ଠ କର୍ମୀ ସେକ୍ ଅବଦୁଲ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ