ଶନିଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଶାଳକଣିଆ ଶନି ମନ୍ଦିର ପୀଠରେ ପ୍ରତି ବର୍ଷ ପରି ବୈଶାଖ ମାସ ଶେଷ ଶନିବାର ଦିନ ଶନିଦେବଙ୍କ ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ କପାଳୀ ନଦୀରୁ କଳସ ଅଣାଯାଇଥିଲା । ହରେକୃଷ୍ଣ କର, ମାଳତୀ କର, ସନ୍ଦୀପ କର, ସୌରଭ କର, ସଙ୍ଗୀତା କର, ସୌଭାଗ୍ୟ କର କଳସ ଆଣିବା ପରେ ଘଟ ସ୍ଥାପନା ପୂର୍ବକ ଯଥାରୀତି ପୂଜାର୍ଚ୍ଚନା ହୋଇଥିଲା । କର୍ତ୍ତା ଭାବରେ ହରେକୃଷ୍ଣ କର ଓ ମାଳତୀ କର ଥିଲେ । ପୂଜକ ବିଜୟ କୁମାର ପଣ୍ଡା, ଉଦୟ କର, ସତ୍ୟ ନାରାୟଣ କର ପୂଜା ଦାୟୀତ୍ୱ ତୁଲାଇଥିଲେ । ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ