ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନରେ ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ପରିସରରେ ଆଜି ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ୨୦୪ତମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିମର‌୍ୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ମୁଖ୍ୟ ଡା. କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ ନର୍ସିଂ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନ୍ତଃନିର୍ହିତ ପ୍ରତିଭାକୁ ବିକାଶ କରିବା ସହିତ ରୋଗୀଙ୍କ ପ୍ରତି ସେବା ଓ ସହାନୁଭୂତି ମନୋଭାବ ପୋଷଣ କଲେ ଭବିଷ୍ୟତରେ ଜଣେ ଜଣ ଜଣେ ସୁଦକ୍ଷା ସେବିକା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ନର୍ସିଂ ଅଫିସର ସୁପ୍ରଭା ପଟ୍ଟନାୟକ ଯୋଗଦେଇ ସେବିକାମାନଙ୍କୁ ନିଜର କାର୍ଯ୍ୟଶୈଳୀକୁ ଉନ୍ନତ କରି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇପାରିଲେ ସେମାନଙ୍କ ସେବିକା ହେବାର ସାଥର୍କତା ପୂରଣ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ସାମନ୍ତରାୟ ସମ୍ମାନୀତ ଅତିଥି ଭାବେ ଯୋଗେଦଇ ନିଷ୍ଠା, ପ୍ରଚେଷ୍ଟା, ଅଦମ୍ୟ ଇଚ୍ଛାଶକ୍ତି ମଣିଷକୁ ସଫଳତା ଆଣିଦିଏ । ତେଣୁ ପିଲାମାନେ ନିଜର ବିଫଳତାକୁ ନ ଚାହିଁ ସଫଳତା ପାଇଁ ସଦାସବର୍ଦା ଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ଯୋଗଦେଇ ସେବିକାମାନଙ୍କୁ ନର୍ସିଂ ଶିକ୍ଷା ଓ ତାହାର ଭବିଷ୍ୟତ ଉପରେ ଆଲୋକପାତ କରିବା ସହ ମା’ ଓ ସେବିକା ପରିପୂରକ ବୋଲି କହିଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଏବଂ କ୍ୟାପିଙ୍ଗ୍ ସେରିମନୀ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଶିକ୍ଷିକା ଚନ୍ଦ୍ରିକା ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ଜ୍ୟୋତିମର‌୍ୟୀ ପଟ୍ଟନାୟକ ସଭା ସଂଚାଳନ କରିଥିଲେ । ଶେଷରେ ଶ୍ରୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅପର୍ଣ କରିଥିଲେ । ବିଜୟ କୁମାର ସାହୁ, ତପନ କୁମାର ମହାନ୍ତି, ଦେବାଶିଷ ଦାସ, ସୋମନାଥ ବେହେରା, ଶୁଭ୍ର ସନ୍ତୋଷ ଦାସ, ରଶ୍ମିତା ମହାନ୍ତି ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସେବିକା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସକାଳେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠାନ ପରିସରରୁ ବାହାରି କେନ୍ଦ୍ରାପଡ଼ା ସହରର ପୁରୁଣା ମେଡ଼ିକାଲ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ଅନୁଷ୍ଠାନକୁ ଫେରିଆସିଥିଲା । ଏହି ଶୋଭାଯାତ୍ରାକୁ ଅନୁଷ୍ଠାନର ନିଦ୍ଦେର୍ଶକ ସୁଖଦା ପ୍ରସାଦ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ପ୍ରଶିକ୍ଷିକା କୁମୁଦିନୀ ଲେଙ୍କା, ଅଙ୍କିତା ମହାପାତ୍ର, ସସ୍ମିତା ପୋଥାଳ, ଅନୁସୂୟା ସ୍ୱାଇଁ, ଚନ୍ଦ୍ରିକା ତ୍ରିପାଠୀ, ଶୁଭଶ୍ରୀ ମହନ୍ତ, ଅନୁଷ୍କା ସ୍ୱାଇଁ, ଚିନ୍ମୟୀ ବରାଳ ପ୍ରମୁଖ ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ