କଂସାର ପଞ୍ଚାୟତରେ ମତଦାତା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତରେ ସାମାଜିକ ସଂଗଠନ \”ଜୟ ରାଷ୍ଟ୍ର’ ଓ ମା କୃପାମୟୀ ଯୁବକ ସଂଘ ପକ୍ଷରୁ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଂସାର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱେଚ୍ଛାସେବୀ ମାନେ ସଚେତନତା ପ୍ରଚାରପତ୍ର ବଣ୍ଟନ କରିବା ସହ ମାଇକ ଯୋଗେ ପ୍ରଚାର କରିଥିଲେ । ବିଭିନ୍ନ ଛକ ଜାଗା ମାନଙ୍କରେ ପଥପ୍ରାନ୍ତ ସଭା କରି ଭୋଟର ମାନଙ୍କୁ ସଚେତନ କରାଯାଇଥିଲା । ପ୍ରତି ପରିବାରରେ ଶତପ୍ରତିଶତ ମତଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ଗ୍ରାମବାସୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଚିରଞ୍ଜୀବ୍ ନାୟକ, ସତ୍ୟରଞ୍ଜନ ସାହୁ, ରାଜକିଶୋର ରାଉତ, ସୋମନାଥ ସ୍ୱାଇଁ, ଜ୍ଞାନରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଦାସ, ନିରଞ୍ଜନ ମହାରଣା, ହରେକୃଷ୍ଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ