ପାରଳାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମ ନିର୍ମାଣ ପାଇଁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସହଯୋଗ ହଯୋଗ ଜାରି ରହିଛି I ବିଶେଷ କରି ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ବହୁ ଭକ୍ତ ମନ୍ଦି ମନ୍ଦିର ନିର୍ମାଣ ପାଇଁ ସାମର୍ଥ୍ୟ ଅନୁସାରେ ଦାନ କରୁଛନ୍ତି। ସୋମବାର ପାରଳାଖେମୁଣ୍ଡି ସହରର କୁମୁଟିସାହି ନିବାସୀ ପଟନୁରୁ ରାମାକ୍ରିଷ୍ଣା ଏବଂ ପଟନୁରୁ ସ୍ୱପନ୍ନା ଦମ୍ପତି ୨ଲକ୍ଷ ୧୧ହଜାର ୧୧୬ ଟଙ୍କା ଅର୍ଥ ରାଶି ପ୍ରଦାନ କରିଛନ୍ତି I ଏହା ଏହାସହ ନିଜ ବାସଭବନରେ ଶୀଳା ପୂଜନ କରି ପଟୁଆରରେ ବାହାରି ନଗର ପରିକ୍ରମା କରି ନିର୍ମାଣଧୂନ ନୂତନ ଜଗନ୍ନାଥ ମନ୍ଦିର ସ୍ଥଳକୁ ଆସି ପୂଜାପାଠ କରିଥିଲେ। ନୂତନ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ଯୋଗୁଁ ନିଜକୁ ଧନ୍ୟ ମନେ କରୁଥିବାର ପ୍ରକାଶ କରିଛନ୍ତି । ଏପରି ସହଯୋଗକୁ ନେଇ ଏହି ପରିବାରଙ୍କୁ କମିଟିର ସଦସ୍ୟଗଣ ଏବଂ ଶ୍ରୀଜଗନ୍ନାଥଙ୍କ ଭକ୍ତ ସମାଜସେବୀ ଦୁର୍ଗା ମାଧବ ପାଣିଗ୍ରାହୀ ଧନ୍ୟବାଦ ଦେବା ସହ ଦାନ ସ୍ବରୂପ ଅର୍ଥ ରାଶିକୁ ଗ୍ରହଣ କରିବା ସହ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣରେ ସହଭାଗୀ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ