ମହୁମାଛି ଦଂଶନରେ ୫ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଛତାବରୀ ନିକଟରେ ବାଘୁଆ ମହୁମାଛି ଦଂଶନରେ ଗୋଟିଏ ପରିବାରର ୫ ଜଣ ଆହତ ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧର ଉଷାରାଣୀ ସାହୁ (୪୮), ସୂର୍ଯ୍ୟନାରାୟଣ ସାହୁ (୫୫ ଭଗବାନ ସାହୁ (୬୪) ଓ ରାଜେଶ ଜେଶ ଦାସ (୨୬)। ସେମାନେ ଏକ କାର ଯୋଗେ ଗୋଳାବନ୍ଧରୁ ମୋହନା ଆସୁଥିଲେ.ଛତାବରୀ ନିକଟରେ ଏକ ଗଛ ମୂଳରେ କାର୍‌କୁ କିଛି ସମୟ ପାଇଁ ଅଟକାଇଥିଲେ। ତେବେ, ଅଚାନକ ଗଛ ଉପରେ ଥିବା ବାଘୁଆ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ସମସ୍ତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରଯାଇଥିଲା । ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ