ଇଂ ଦେବାଶିଷ ଦାଶଙ୍କ ନାମାଙ୍କନ ଦାଖଲ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଇଂ ଦେବାଶିଷ ଦାଶ । ସକାଳୁ ଯଦୁପୁର ପଞ୍ଚାୟତର ଗୋପିନାଥପୁର ଶାସନର ଗୋଷ୍ଠେଶ୍ୱର ମନ୍ଦିରରୁ ଭଗବାନଙ୍କ ଆଶୀର୍ବାଦ ନେଇ ଶତାଧିକ ଦଳୀୟ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ବାହାରିଥିଲେ ଶ୍ରୀ ଦାଶ । କେନ୍ଦ୍ରାପଡ଼ା ସହର ଉପକଣ୍ଠ ଦୁହୁରିଆ ଛକ ଦେଇ ଶତାଧିକ ସମର୍ଥକଙ୍କ ସହ ସହର ମଧ୍ୟରେ ପ୍ରବେଶ କଲାବେଳେ ଜନସାଧାରଣଙ୍କ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା । ତାଙ୍କ ସହ ଆମ୍ ଆଦମୀ ପାର୍ଟି ରାଜ୍ୟ ମୁଖପାତ୍ର ତଥା ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ୍ ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଇଂ ଦାଶ ମହାକାଳପଡ଼ାରେ ଦିଲ୍ଲୀ ଭଳି ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଦୃଢୋକ୍ତ ପ୍ରକାଶ କରିଥିଲେ । ଏହି ଶୋଭାଯାତ୍ରାରେ ମହାକାଳପଡ଼ା ଆବାହକ ବୈବମନୁ ବେଉରା, ପ୍ରଭାରୀ ସୂର୍ଯ୍ୟକାନ୍ତ ପରିଡ଼ାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ