ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ପାଇଁ ଶାନ୍ତି ପୂର୍ଣ୍ଣ ମତଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ୨ ବିଧାନସଭା କ୍ଷେତ୍ର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ପାଇଁ ଅନୁଷ୍ଠିତ ହେଇଥିବା ମତଦାନ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହେଇଛି। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୬୪.୨୩ଶତକଡା ଓ ମୋହନା ବିଧାନସଭା ପାଇଁ ୬୩.୨୫ଶତକଡା ମତଦାନ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଲେ ମଧ୍ୟ ଲୋକେ ଲମ୍ବା ଧାଡ଼ିରେ ଠିଆ ହେଇ ଭୋଟ ଦବାର ଦେଖିବାକୁ ମିଳିଛି। ସମସ୍ତ ପ୍ରାର୍ଥୀ ମଧ୍ୟ ନିଜ ନିଜ ବୁଥକୁ ଯାଇ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପାରଳାଖେମୁଣ୍ଡି ପାଇଁ ବିଜେଡି ଦଳରୁ ରୁପେଶ ପାଣିଗ୍ରାହୀ, କଂଗ୍ରେସ ଦଳରୁ ବିଜୟ ପଟ୍ଟନାୟକ ଓ ବିଜେପିରୁ କେ ନାରାୟଣ ରାଓ ମଇଦାନରେ ଅଛନ୍ତି। ସେହିପରି ମୋହନା ବିଧାନସଭା ପାଇଁ କଂଗ୍ରେସରୁ ଦାଶରଥି ଗୋମଙ୍ଗ, ବିଜେଡିରୁ ଅନ୍ତର୍ଜମି ଗୋମଙ୍ଗ ଓ ବିଜେପି ପକ୍ଷରୁ ପ୍ରଶାନ୍ତ ମଲିକ ପ୍ରମୁଖ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ଏମାନ ସମସ୍ତଙ୍କ ଭାଗ୍ୟ ଏବେ ଇ ଭି ଏମ ଭିତରେ ସିଲ ଅଛି। ଆସନ୍ତା ୪ତାରିଖରେ ଦିନ ପାଇଁ ସମସ୍ତଙ୍କ ଅପେକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ