ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ବ ଭୂଷଣ ଦାସ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କାକଟପୁର ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ବ ଭୂଷଣ ଦାସ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା ଓ ଆର୍ଶିବାଦ ଭିକ୍ଷା କରି ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି କୋଣାର୍କ ବଜାର ପରିକ୍ରମା କରି ଜନସାଧାରଣଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ବିଗତ ନିର୍ବାଚନ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ବିଶ୍ବ ଭୂଷଣ ଦାସ ୪୭ ହଜାର ଭୋଟ ପାଇଥିଲେ। ମାତ୍ର ଚଳିତ ସାଧାରଣ ନିର୍ବାଚନରେ ଶ୍ରୀ ଦାସଙ୍କ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ବିଧାୟକ ଟିକେଟ ପ୍ରଦାନ କରିଛି। ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ବ ଭୁଷଣ ଦାସଙ୍କ ଏକ ଖୋଲା ଜିପରେ ବସି ପ୍ରାୟ ହଜାରରୁ ଊର୍ଦ୍ଧ୍ବ ସମର୍ଥକ ଗହଣରେ କୋଣାର୍କ ଠାରେ ସମବେତ ହେବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ ବାଇକ ଓ ୧୦୦ରୁ ଊର୍ଦ୍ଧ୍ବ ଚାରି ଚକିଆ ଯାନରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସମବେତ ରେ କୋଣାର୍କ ଲୋକାରଣ୍ୟ ହୋଇଥିଲା। ଏହି ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା କାକଟପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, କୋଣାର୍କ ଏନଏସିର ପୂର୍ବତନ ନଗର କଂଗ୍ରେସ ସଭାପତି ଭରତ ଚନ୍ଦ୍ର ପାଢୀ, କଂଗ୍ରେସ ନେତା ବନିସୀ ମହାନ୍ତି, ଭାସ୍କର ଚନ୍ଦ୍ର ସେଠ, ଦେଶପ୍ରାଣ ଲେଙ୍କା, ବିକାଶ ବାରିକ, ସ୍ବାଧୀନ ନାୟକ, ଚନ୍ଦନ ଲେଙ୍କା, ବାନାମ୍ବର ନାୟକ, ପ୍ରସନ୍ନ ନାୟକ ଓ ପ୍ରତାପ କାଣ୍ଡିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପ୍ରତି ଥିବା ଜନ ଅସନ୍ତୋଷ, ବିଜେପିର ଦୁର୍ବଳ ସାଂଗଠନିକ ସ୍ଥିତି, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମର୍ଥକ ମାନଙ୍କ ଅନୁକମ୍ପା ମୂଳକ ସହଯୋଗ ଓ ଦଳୀୟ ଭୋଟକୁ ନେଇ କଂଗ୍ରେସ କାକଟପୁର ନିର୍ବାଚନ ମଣ୍ଡଳୀରେ ବାଜିମାତ କରିବ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ବ ଭୁଷଣ ଦାସ ନାମାଙ୍କନ ପତ୍ର ଦାଖଲ ଅବସରରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ