କେନ୍ଦ୍ରାପଡା ସାଂସଦ ଭାବେ ଜିତିଲେ ଲୋକଙ୍କ ଋଣଛାଡ କରାଯିବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୧୫-କେନ୍ଦ୍ରାପଡା ଲୋକସଭା ଆସନ ନିମନ୍ତେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ସୁପ୍ରଭା ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ସାଂସଦ ଭାବେ ନିର୍ବାଚିତ ହେଲେ ସେ ପ୍ରଥମେ ଋଣଗ୍ରସ୍ତ ଲୋକମାନଙ୍କ ଋଣଛାଡ ହେବା ପାଇଁ ପଦକ୍ଷେପ ଗ୍ରହଣ କରିବେ । କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାର ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ସେହି କୃଷକମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ କୃଷକ ବିଭିନ୍ନ ବ୍ୟାଙ୍କ ଏବଂ ସମବାୟ ସମିତିରୁ ଋଣ କରି ଚାଷ କାର୍ଯ୍ୟ କରିଥାନ୍ତି । ଏହାବ୍ୟତୀତ ମହିଳାମାନେ ମଧ୍ୟ ବ୍ୟାଙ୍କରୁ ଋଣ ନେଇ କ୍ଷୁଦ୍ର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଆମ ଜିଲ୍ଲାରେ ଋଣଗ୍ରସ୍ତ ହୋଇଥିବା ଅଧିକାଂଶ କୃଷିଜୀବୀ ଏବଂ ମହିଳାମାନେ ବିଭିନ୍ନ ବ୍ୟାଙ୍କ ଦ୍ୱାରା ଶୋଷଣ ଓ ଚାପଗ୍ରସ୍ତ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ଅନେକ ସମୟରେ ଘରଛାଡି ପଳାଇବା ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆପଣେଇ ନେଇଥାନ୍ତି । ବ୍ୟାଙ୍କ ଗୁଡିକ ରିଜର୍ଭ ବ୍ୟାଙ୍କର ଗାଇଡ୍ ଲାଇନ୍‌କୁ ସଂପୂର୍ଣ୍ଣ ଉପେକ୍ଷା କରି ଋଣଗ୍ରସ୍ତମାନଙ୍କଠାରୁ ଜୋର୍ ଜବରଦସ୍ତ ଋଣ ଆଦାୟ କରିଥାନ୍ତିି । ସେହି କୃଷକ ଏବଂ ମହିଳାମାନଙ୍କର ଏଭଳି ପରିସ୍ଥିତିକୁ ଦେଖି ମୁଁ ସେହି ଗରିବ ଓ ଶୋଷିତ ବର୍ଗଙ୍କ ପାଇଁ କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛି । ମୋର ଉଦ୍ଦେଶ୍ୟ ହେଉଛି କେବଳ ସେହି ଅବହେଳିତ ଓ ଶୋଷିତ ଋଣଗ୍ରସ୍ତଙ୍କ ଋଣଛାଡ ପାଇଁ ଆବଶ୍ୟକ ବ୍ୟବସ୍ଥା କରି ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା । ଯଦି ଲୋକମାନେ ମୋତେ ଭୋଟ୍ ଦେଇ ଜିତାନ୍ତି ତେବେ ଜିତିବାର ୧୦୦ ଦିନ ମଧ୍ୟରେ ମୁଁ ଋଣଗ୍ରସ୍ତଙ୍କ ଋଣଛାଡ ନିମନ୍ତେ ପ୍ରଥମେ ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି ସଂସଦ ପ୍ରାର୍ଥୀ ସୁପ୍ରଭା ଦାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ