ରେମୁଣା ଏନ୍.ଏ.ସି. ର ୧୩ ନମ୍ବର ୱାର୍ଡରେ ବିଜେପିର ମିଶ୍ରଣ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ସନ୍ଧ୍ୟାରେ ରେମୁଣା ଏନ୍.ଏ.ସି. ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏନ୍.ଏ.ସି. ର ୧୩ ନମ୍ବର ୱାର୍ଡରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ରେମୁଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ,ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା,ସମ୍ପାଦକ ମହେଶ୍ୱର ପ୍ରଧାନ, ଵିରୁଆଁ ସରପଞ୍ଚ ସୁମନ୍ତ ଦାସ,କାଉନସିଲର ହେମବତୀ ବେହେରା,ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ତଥା ରାଷ୍ଟ୍ର ହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପ୍ରାୟ ୨୦ ରୁ ଉର୍ଦ୍ଧ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗ ଦେଲେ। ଏହି ମିଶ୍ରଣ ପର୍ବରେ ବେଣୁଧର ଶତପଥୀ, ଶଙ୍କର୍ଷଣ ଦାସ,ସଞ୍ଜୀବ କୁମାର ସେଠୀ,ପ୍ରହ୍ଲାଦ ଦାସ,ରଞ୍ଜିତ କୁମାର ଦାସ, ଧିରଜ ପତି,ସେଖ ରସନ୍,ବିଶେଶ୍ୱର ସିଂ,ଲକ୍ଷ୍ମୀଧର ଦାସ,ଅଜିତ କୁମାର ଦାସ,ବଳରାମ ବିଶ୍ବାଳ,ଯୋଗେଶ୍ୱର ସାହୁ ,ମାନସ ବେହେରା ଇତ୍ୟାଦି ଦଳରେ ମିଶିଥିଲେ। ଦଳରେ ମିଶୁଥିବା ଭାଇ ମାନଙ୍କୁ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ବିଜେପିର ଟୋପି ଓ ଉତ୍ତୋରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ