ସାନଖେମୁଣ୍ଡିରେ ପାଚିକା ସଂଘର ବୈଠକ

ସାନଖେମୁଣ୍ଡି,(ପଦ୍ମଲୋଚନ):ପାଳାସପୁର ବୁଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସମସ୍ତ ପାଚକ ପାଚିକା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ସଭାପତି ନର୍ମଦା ସାହୁ ଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତରୁ ୫୦୦ରୁ ଉର୍ଦ୍ଧ ପାଚିକା ମା ମାନେ ଏକତ୍ରିତ ହୋଇଥିଲେ | ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ମୁଖ୍ୟ ସଂଯୋଜକ ତଥା ପାଚିକା ସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା ମାନେ ମଧ୍ୟାହ୍ନ ଭୋଜନ ଭଳି ଗୁରୁତ୍ୱପୁର୍ଣ୍ଣ ଯୋଜନାରେ ସ୍ୱଳ୍ପ ପାରିଶ୍ରମିକ ରେ କାମକରି ଉତ୍ସାର୍ଗୀକୃତ ସେବା ଦେଇଆସୁଥିବାରୁ ମା ମାନଙ୍କୁ ସଂଘ ତରଫରୁ କୃତଂଜ୍ଞତା ଜଣାଇଥିଲେ | ମା ମାନଙ୍କୁ ମୌଳିକ ଅଧିକାର ସମ୍ପର୍କ ରେ ସେ ସଚେତନ କରାଇବା ସଙ୍ଗେ ସଙ୍ଗେ ସାମାଜିକ ସୁରକ୍ଷା ବଳୟରେ ଅନ୍ତର୍ଭୁକ୍ତ କରାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି | ମା ମାନଙ୍କର ସମସ୍ତ ଅସୁବିଧାକୁ ଦୂର କରିବାପାଇଁ ସମସ୍ତ ସରକାରୀ ଯୋଜନା ଗୁଡିକର ସହାୟତା ନେବାପାଇଁ ସଚେତନ କରାଇଛନ୍ତି | ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଘୋଷିତ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ପାଈଁ ବି,ଏସ,କେ,ୱାଇ କାର୍ଡ ସହ ସାମାଜିକ ସୁରକ୍ଷ ରେ ଅନ୍ତର୍ଭୁକ୍ତ ହେବା ସରକାରଙ୍କ ସୁବିଧା ନେବାକୁ ସଚେତନ କରାଇଥିଲେ ତତ ସଙ୍ଗେ ସଙ୍ଗେ ବର୍ତମାନ ସରକାରଙ୍କ ଦ୍ୱାରା ଚାଲୁ ରହିଥିବା ବିଭିନ୍ନ ସମାଜ ମଙ୍ଗଳ ଯୋଜନା ଗୁଡିକ ମା ମାନଙ୍କ ପାଖରେ ପହଂଚିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଅଛି | ଆଜିର ସଭାରେ ସଂଘର ସଭାନେତ୍ରୀ ନର୍ମଦା ସାହୁ ସଭାପତିତ୍ୱ କରିଥିଲେ | କାର୍ଯ୍ୟକାରୀ ସଭାପତି ପ୍ରତିଭା ପାଣିଗ୍ରାହୀ, ଉପ ସଭାନେତ୍ରୀ ଗାୟତ୍ରୀ ମହାରଣା, ସମ୍ପାଦିକା ସୁମତି ପାଣିଗ୍ରାହୀ, ସହ ସମ୍ପାଦିକା ପଙ୍କଜ ନାୟକଙ୍କ ସମେତ ସମସ୍ତ ପଞ୍ଚାୟତର ସଭାପତି ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ