ପାତ୍ରପଡ଼ାରେ ରଜ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ପାତ୍ରପଡ଼ା ସ୍ଥିତ ମହାରାଜ କ୍ରିକେଟ ଆସୋସିଏସନ୍ ପଡ଼ିଆରେ ୧୪ତମ ରଜ ପର୍ବ ପାଇଁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା। ମହାରାଜ କ୍ରିକେଟ ଆସୋସିଏସନ୍ ଓ ପାତ୍ରପଡ଼ା ଭଗବାନପୁର ଯୁବ ବାହିନୀ ଆନୁକୁଲ୍ୟରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ କର୍ପୋରେଟର ଶ୍ରୀ ରଶ୍ମି ରଞ୍ଜନ ପାଟସାଣୀ ଅଧ୍ୟକ୍ଷତା କରିଥିଲେ।ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଜ ପର୍ବକୁ ଚାରିଦିନ ଧରି ପାଳନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ଆସନ୍ତା ଜୁନ ୧୪,୧୫,୧୬, ଓ ୧୭ ଚାରି ଦିନ ବ୍ୟାପି ଏହି ଉପଲକ୍ଷେ ରଜ ପଡ଼ିଆରେ ରାମ ଦୋଳି ସାଙ୍ଗକୁ ମିନା ବଜାର , ବିଭିନ୍ନ ପ୍ରକାରର ପିଠା ପଣା ସାଙ୍ଗକୁ ମନୋହରୀ ଦୋକାନର ଷ୍ଟଲ ଓ ଠୁଁ କା ପୁରୀ,ମଥୁରା କେକ, ଚାଟ, ଦହିବରା,ସାଙ୍ଗକୁ ବିଭିନ୍ନ ପ୍ରକାର ପାରମ୍ପରିକ ରଜ ପାନ ଉପଲବ୍ଧି କରାଇବା ପାଇଁ ନିଷ୍ପତି ନିଆଯାଇଥିଲା।ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଝିଅମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଯଥା ମୁରୁଜ , ପୁଂଚି, ପୋଡପିଠା,ଦଉଡ଼ି ଦିଅଁ,ମ୍ୟୁଜିକ ଚେୟାର, ହୁଳହୁଳି, ଶଙ୍ଖ ଫୁଙ୍କା ର ବ୍ୟବସ୍ଥା କରାଯାଇଛି।ଚାରି ଦିନ ବ୍ୟାପି ଏହି ପର୍ବରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ ପୋଲିସର ସାହାଯ୍ୟ ନିଆଯିବା ସହିତ ଯାନବାହାନର ଗମନାଗମନ ସୁବିଧା ପାଇଁ ଯୁବ ବାହିନୀର ସଭ୍ୟମାନେ ସହଯୋଗ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା ମାନଙ୍କୁ ନେଇ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବାପାଇଁ ନିଷ୍ପତି ନିଆଯାଇଥିଲା। ଆଜିର ବୈଠକରେ ମହାରାଜ କ୍ରିକେଟ ସଂଘର୍ ବରିଷ୍ଠ ସଭ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକ, ଧୁସାସନ ରଥ, ରବିନ୍ଦ୍ର ନାଥ ସାହୁ, ଜୟନ୍ତ ଦାସ,ଜଗବନ୍ଧୁ ସାହୁ,ଶଙ୍କର ଚରଣ ଦାସ,ଗୋପାଳ ନାୟକ,ମାନସ ପାଇକରାୟ,ସତ୍ୟ ନାରାୟଣ ମହାନ୍ତି, ଅଭିମନ୍ୟୁ ଚମ୍ପତୀ, ବିଜୟ କୁମାର ମହାରଣା,ଚନ୍ଦ୍ର ଶେଖର ଗୁମାନ ସିଂ,ଜିତୁ ମଙ୍ଗରାଜ ଙ୍କ ବ୍ୟତୀତ ଯୁବ ବାହିନୀର ସଭ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ