ପୋଲିସ କହି ଫାଇନ ଆଦାୟ ବେଳେଜଣେ ଯୁବକ ଗିରଫ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପୋଲିସ ନାଁରେ ଗାଡ଼ି ଯାଞ୍ଚ କରି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଜଣେ ଯୁବକ କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅର୍ନ୍ତଗତ ତରାସ ଗ୍ରାମର ମହେଶ୍ବର ଦଳେଇ( କକୋନ) ୩୫ ବୋଲି ଜଣାପଡ଼ିଛି।ଏନେଇ ପାଟପୁର ପୋଲିସ ପକ୍ଷରୁ ୨୯୭/୨୪ ମାମଲା ରୁଜୁ କରିବା ସହ ୩୪୨,୪୧୯,୪୨୦,୩୮୪,୩୮୫,୫୦୬, ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଛି। ପ୍ରାପ୍ତ ଖବରରୁ ଜଣାପଡ଼ିଛି ପୋଡାମାରି ପେଟ୍ରୋଲ ପମ୍ପ ନିକଟରେ ମହେଶ୍ବର ଦଳେଇ ବାଇକ୍ କୁ ଅଟକାଇ ଗାଡ଼ି ର କାଗଜ ପତ୍ର ଯାଞ୍ଚ କରିଥିଲେ। ପାଟପୁର ଥାନା ଅର୍ନ୍ତଗତ ଟି ଗୋବିନ୍ଦପୁର ପଞ୍ଚାୟତର କୃଷ୍ଣପୁର ଗ୍ରାମର ଅର୍ଜୁନ ଶବର ପେଟ୍ରୋଲ ପମ୍ପ ରୁ ଆସୁଥିବା ବେଳେ କାଗଜ ପତ୍ର ଯାଞ୍ଚ କରିଥିଲେ ଅର୍ଜୁନ ଙ୍କ ପାଖରେ କୌଣସି କାଗଜ ପତ୍ର ନଥିଲା ଯାହାଫଳରେ ଫାଇନ ଆଦାୟ କରିଥିବା ବେଳେ ଅର୍ଜୁନ ସନ୍ଦେହ କରି ଥାନାରେ ଏତଲା ଦେଇଥିବା ବେଳେ ସେଠାରୁ ଚଂପଟ ମାରି ଦେଙ୍ଗାଓସ୍ତା ଚାଲିଆସିଥିଲେ ମହେଶ୍ବର ପୋଲିସ ପକ୍ଷରୁ ବ୍ୟାପକ ତନା ଘନା କରି ମହେଶ୍ବର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ