ଚୌଦ୍ୱାର ରେ ଗୁଳି କାଣ୍ଡ
ଚୌଦ୍ଵାର, (ଦୀପକ କୁମାର ବେଉରା):ସୋମବାର ବିଳମ୍ବିତ ରାତିରେ ଚୌଦ୍ଵାର ଥାନା ଅନ୍ତର୍ଗତ ମୁଣ୍ଡମାଳ ଛକ ରେ ୧୦ ରୁ ୧୨ ଜଣ ଦୃର୍ବୁତ୍ତ ଉନ୍ମତ୍ତ କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।ପୋଲିସ ସୂତ୍ରରୁ ପ୍ରକାଶ ଯେ। ଗତ ସୋମବାର ବିଳମ୍ବିତ ରାତିରେ ଚୌଦ୍ଵାର ମୁସଲିମ ସାହି ର ପପୁ ଚନ୍ଦ୍
ନାମକ ବ୍ୟକ୍ତି ସହିତ ୧୦ ରୁ ୧୨ ଜଣ ଯୁବକ ମୁଣ୍ଡାମାଳ ଛକ କୁ ଆସି ଆତଙ୍କରାଜ ଚଳାଇଥିଲେ । ଏହି ଯୁବକ ମାନେ ମଟର ସାଇକେଲ ରେ ଆସି ମୁଣ୍ଡମାଳ ଛକ ରେ ଛିଡା ହୋଇଥିବା ୪ ଟି ମାଲ ବୋଝେଇ ଗାଡ଼ି ର କାଚ ଓ ୪ ଟା ମଟର ସାଇକେଲ କୁ ଭାଙ୍ଗି ଚୂର୍ମାର କରିଦେଇଥିଲେ । ଏହାସହ ଗାଡି ମାଲିକ ଓ କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ସହିତ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣସ୍ଥଳରେ ଚୌଦ୍ୱାର ଥାନା ପୋଲିସ୍ ପହଞ୍ଚି ଛାନଭିନ କରିବା ସହିତ ଦୃର୍ବୁତ୍ତ ମାନଙ୍କୁ ଖୋଜା ଖୋଜି କରୁଛି ।