ଯୌତୁକ ପାଇଁ ସ୍ଵାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର  ସନ୍ତୋଷ କୁମାର ପାତ୍ର ଙ୍କ ମାଡ଼ ରେ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ପାତ୍ର ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଅଧିକା  ଯୌତୁକ ପାଇଁ ସ୍ବାମୀ ତାଙ୍କୁ ଘରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।ସ୍ତ୍ରୀ ବିଷ୍ଣୁପ୍ରିୟା ମରିଯିବା ପରେ ତାକୁ ଆତ୍ମହତ୍ୟା ର ରୂପ ଦେବା ପାଇଁ ମୃତଦେହ ଉପରେ କିରୋସିନ ଢ଼ାଳି ଜାଳି ଦିଆଯାଇଥିବା ଜଣାପଡିଛି।ଶୁକ୍ରବାର ବିଳମ୍ବିତ ରାତି ରେ ଘଟଣା ଘଟିଛି।ଶନିବାର ସକାଳେ ଘଟଣା ପ୍ରଘଟ ହେବା ପରେ  ଖବର ପାଇ କେ.ନୂଆଗାଁ ଥାନା ପୋଲିସ ଗ୍ରାମରେ ପହଞ୍ଚି ଥାନା ମାମଲା ନଂ.୧୬୫/୨୪ ଅନୁଯାୟୀ ଦରପୋଡା ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ବେଳେ ସାଇଣ୍ଟିି ଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା  ଆଇ ଆଇ ସି କିଶୋର କୁମାର ସାମଲ କହିଛନ୍ତି।ସନ୍ତୋଷ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କୁ ଅଧିକା ଯୌତୁକ ନିର୍ଯ୍ୟାତନା ଦେଇ ମାରପିଟ କରୁଥିବା ରୁ ସେ ତାଙ୍କ ବାପଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ।ତାଙ୍କ ଶୁଦ୍ଧି କ୍ରିୟା ପରେ ଗତ ପ୍ରାୟ ୧୫ ମାସ ପୂର୍ବେ ସନ୍ତୋଷ ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ପେଣ୍ଠ ଗ୍ରାମର ଶ୍ରୀରାମ ପାତ୍ର ଙ୍କ କନ୍ୟା ବିଷ୍ଣୁପ୍ରିୟା ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।ବିବାହ ସମୟରେ ସ୍ବାମୀ ସନ୍ତୋଷ ଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହ ର କିଛି ଦିନ ପରେ ସ୍ବାମୀ ସନ୍ତୋଷ ଅଧିକା ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଥିଲେ। ଗତ କିଛିଦିନ ପୂର୍ବେ ବିଷ୍ଣୁପ୍ରିୟା ଙ୍କ ବାପା ଗ୍ରାମରେ ପହଞ୍ଚି ଗ୍ରାମ ଭଦ୍ରଲୋକ ଙ୍କ ଉପସ୍ଥିତି ରେ ଯୌତୁକ ବାବଦକୁ ପୁଣି ଦୁଇ ଲକ୍ଷ ଟଙ୍କା ସନ୍ତୋଷ ଙ୍କୁ ପ୍ରଦାନ କରିଥିଲେ। ଏନେଇ ସେ ପୋଲିସ କୁ ସମସ୍ତ ସୂଚନା ଦେଇଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତ ସନ୍ତୋଷ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ