ବାଇକ ଦୁର୍ଘଟଣା ବୃଦ୍ଧା ମହିଳା ଙ୍କ ସମେତ ୩ ଜଣ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ କଫି ବଗିଚା ସାମ୍ନାରେ ବୁଧବାର ରାତ୍ରରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଙ୍କ ସମେତ ଏକ ବୃଦ୍ଧା ମହିଳା ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମେକେସିଜି ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ବୃଦ୍ଧା ମହିଳା ଜଣକ ହେଲେ ପରମପାଙ୍ଗା ଗ୍ରାମର ମାରିଆ ପ୍ରଧାନ ଅନ୍ୟ ଦୁଇ ଜଣ ଯୁବକ ହେଲେ ହାତିମୁଣ୍ଡା ପଞ୍ଚାୟତର କୁମ୍ବରପଲ୍ଲୀ ଗ୍ରାମର ପୀତବାସ ବଳିଆରସିଂ ଓ ସାଗର ବଳିଆରସିଂ l ମାରିଆ ପ୍ରଧାନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଏବଂ ବାଇକ ଚାଳକ ସାଗର ବଳିଆରସିଂ ଏହି ଦୁଇ ଜଣଙ୍କୁ ବ୍ରହ୍ମପୁର ଏମେକେସିଜି ସ୍ଥାନାନ୍ତର କରାଯାଇଥିବା ବିଷୟ ଡାକ୍ତର ଅମ୍ବିକା ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ