ବିରଳ ପ୍ରଜାତି ର ବନ୍ୟପ୍ରାଣୀ ଶାଳିଆ ପତନି ହତ୍ୟା ଓ ବିକ୍ରି ଉଦ୍ୟମ ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବିରଳ ପ୍ରଜାତି ର ବନ୍ୟପ୍ରାଣୀ ଶାଳିଆ ପତନି କୁ ହତ୍ୟା ଓ ବିକ୍ରି ଉଦ୍ୟମ ମାମଲାର ଚୁଡାନ୍ତ ଶୁଣାଣି କରି ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ମଙ୍ଗଳବାର ଅଭିଯୁକ୍ତ ଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ -୧୯୭୨ ଧାରା -୫୧ ଅନୁଯାୟୀ ଦଣ୍ଡିତ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଜି.କାଳିଆ। ଦଣ୍ଡ ଶୁଣାଣି ବେଳେ ଅଭିଯୁକ୍ତ କୋର୍ଟ ରେ ଉପସ୍ଥିତ ଥିଲେ। ଗତ ୨୦୧୭ ଜୁଲାଇ ୧୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟାରେ ଦିଗପହଣ୍ଡି ଆଠଗଡିଆ ସାହି ଛକରୁ ଅଭିଯୁକ୍ତ କାଳିଆ ଙ୍କ ନିକଟରୁ ଅଣ୍ଡିରା ଶାଳିଆ ପତନି ର ମୃତଦେହ କୁ ଦିଗପହଣ୍ଡି ବନବିଭାଗ ଫରେଷ୍ଟର ସୀତାରାମ ପାତ୍ର ଓ ବନବିଭାଗ  କର୍ମଚାରୀ ମାନେ ଜବତ କରିଥିଲେ।ଅଭିଯୁକ୍ତ ବି. ତୁରୁବୁଡି ଗ୍ରାମ ନିକଟ ଜଙ୍ଗଲରୁ ଶାଳିଆ ପତନି କୁ ଶିକାର କରି ବିକ୍ରି ଉଦ୍ଦେଶ୍ୟରେ ଦିଗପହଣ୍ଡି ଆଣିଥିଲେ ବୋଲି ସ୍ବୀକାର କରିଥିଲେ। ଜବତ ଶାଳିଆ ପତନି କୁ ଦିଗପହଣ୍ଡି ପ୍ରାଣୀ ଚିକିତ୍ସକ ଡ଼ା.ଆଶିଷ କୁମାର ଦୋରା ବ୍ୟବଚ୍ଛେଦ କରି ରିପୋର୍ଟ ପ୍ରଦାନ କରିଥିଲେ। ବନବିଭାଗ ମାମଲା ନଂ.୨୬୭/୧୭-୧୮ ( ଦିଗପହଣ୍ଡି କୋର୍ଟ କେସ ନଂ.୨(ବି) ସି ସି ୪/୨୭) ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।ବ୍ରହ୍ମପୁର ବନଖଣ୍ଡ ସହକାରୀ ବନସଂରକ୍ଷକ ବିଷ୍ଣୁ ଚରଣ ବେହେରା ମାମଲାର ତଦନ୍ତ କରି ଅଭିଯୁକ୍ତ ଙ୍କ ବିରୋଧରେ ଦିଗପହଣ୍ଡି କୋର୍ଟ କେସ ନଂ. ୨ (ବି) ସି ସି – ୪/୨୦୧୭ ରେ  ଅଭିଯୋଗ ଫର୍ଦ୍ଦ କୋର୍ଟ ରେ ଦାଖଲ କରିଥିଲେ। ତତ୍କାଳୀନ ଦିଗପହଣ୍ଡି ଫରେଷ୍ଟର ସୀତାରାମ ପାତ୍ର ସାକ୍ଷ୍ୟ ପ୍ରଦାନ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ମାମଲାରେ ଅନ୍ୟତମ ସାକ୍ଷୀ ତତ୍କାଳୀନ ପ୍ରାଣୀ ଚିକିତ୍ସକ ଡ଼ା.ଆଶିଷ କୁମାର ଦୋରା, ବନପାଳ ନୀଳମାଧବ ଜେନା,ପାରା ବନ କର୍ମଚାରୀ ମୁରାରୀ ପ୍ରସାଦ ରଥ ଅଭିଯୁକ୍ତ ଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ମାମଲାରେ ସାକ୍ଷ୍ୟ ନଥିବା ସହକାରୀ ବନସଂରକ୍ଷକ ବିଷ୍ଣୁ ଚରଣ ବେହେରା,ଦିଗପହଣ୍ଡି ରେଞ୍ଜର ମାଧବୀଲତା ଙ୍କ ସାକ୍ଷ୍ୟ  ବିଚାରଣା ପାଇଁ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି କୋର୍ଟ ରେ ଯାଚିକା ଦାଖଲ କରିଥିଲେ। କୋର୍ଟ ଏଥିନିମନ୍ତେ ଅନୁମତି ପ୍ରଦାନ କରିବା ପରେ ଆଭାଷି ମାଧ୍ୟମରେ ଉଭୟଙ୍କ ବୟାନ ରେକର୍ଡ କରାଯାଇଥିଲା।ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାଜିଷ୍ଟ୍ରେଟ ୪ ପି.ଓ ଆକ୍ଟ ରେ ଏକବର୍ଷ ଡି ପି ଓ ଙ୍କ ଅବଲୋକନ ଅଧିନରେ  ରହିବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟଠାରୁ କ୍ଷାନ୍ତ ରହିବାକୁ ଆଦେଶ ପ୍ରଦାନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ