ପାରଳା ୱାର୍ଡ ନଂ ୧୧ ବଡ଼ବ୍ରାହ୍ମଣସାହି ଛକରେ ନାଳପାଣି ରାସ୍ତାରେ, ପରିବେଶ ଦୂଷିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ପୌର ପରିଷଦର ମୁଖ୍ୟରାସ୍ତାରେ ଥିବା ୱାର୍ଡ ନଂ ୧୧ ଅନ୍ତର୍ଗତ ବଡ଼ବ୍ରାହ୍ମଣସାହି ଛକ ନିକଟ ମୁଖ୍ୟ ରାସ୍ତାରେ ନାଳପାଣି ରାସ୍ତାରେ ବହିବା ଯୋଗୁଁ ପରିବେଶ ଦୂଷିତ ଓ ଗନ୍ଧମୟ ହୋଇଥିବା ଦେଖିବାକୁ ମିଳିଛି | ଏନେଇ ବାରମ୍ବାର ବାରମ୍ବାର ଅଭିଯୋଗ କରାଗଲା ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି. ପୂର୍ବେ ନାଳରେ ପାଣି ଜମା ହୋଇ ରହୁଥିବାରୁ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନ ପରେ ପୂର୍ତ୍ତ ବିଭାଗ ତରଫରୁ ନାଳ ଉପରେ ଥିବା କଲଭର୍ଟକୁ ଭାଙ୍ଗି ଦିଆଯିବା ସହ ଜମିଥିବା ନାଳ ପାଣିକୁ ଛାଡ଼ିଥିଲେ | କଲଭର୍ଟ ଉପରେ ଅସ୍ଥାୟୀ ଭାବେ ନାଳ ବସାଇବା ସହ ମାଟି ପକାଇ ସମତଳ କରି ଛାଡ଼ି ଦିଆଯାଇଥିଲା । ଇତିମଧ୍ୟରେ ବର୍ଷା ହୋଇ ନାଳ ଉପରୁ ମାଟି ଧୋଇ ହୋଇଗଲାଣି। ଏହି ରାସ୍ତା ଦେଇ ଦିନତମାମ ସହରର ଅଧିକାଂଶ ଗାଡ଼ି ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି. ତୁରନ୍ତ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସର୍ବ ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ