ଗଜପତିରେ ମହିଳାଙ୍କ ଭୋଟହାର ଅଧିକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରୁ ଗଜପତି ଜିଲ୍ଲାରେ ଅଧିକ ସଂଖ୍ୟକ ମହିଳା ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି। ସହରାଞ୍ଚଳର ଭୋଟରଙ୍କ ଅପେକ୍ଷା ଦୁର୍ଗମ ଅଞ୍ଚଳର ଭୋଟର ଅଧିକ ସଚେତନ ଥିବା ଦେଖିବାକୁ ମିଳିଛି। ଗଜପତିର ମୁଖ୍ୟ ରାସ୍ତା କଡ଼ରେ ଏବଂ ଗ୍ରାମ ନିକଟରେ ଥିବା ଛେଳିଗଡ଼ ୟୁପି ସ୍କୁଲରେ ସବୁଠାରୁ କମ୍ ୫୬% ମତଦାନ ହୋଇଥିବା ବେଳେ ଦୁର୍ଗମ ତଥା ନବଗଠିତ ପଞ୍ଚାୟତ ଡାବରାଗୁଡ଼ା ଆଶ୍ରମ ବିଦ୍ୟାଳୟ ବୁଥରେ ସର୍ବାଧିକ ୯୦% ମତଦାନ ହୋଇଥିଲା । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକରେ ସମୁଦାୟ ଭୋଟର ସଂଖ୍ୟା ହେଲା ୪୫,୭୭୫୮ ଏଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨୨,୪୨୨ ହୋଇଥିବା ବେଳେ ୭୩% ଭୋଟର ଅର୍ଥାତ ୧୬,୪୫୮ଜଣ ଭୋଟ ଦେଇଛନ୍ତି। ଅନ୍ୟପଟେ, ମହିଳା ଭୋଟରଙ୍କ ସଂଖ୍ୟା ୨୩,୩୫୩ ହୋଇଥିବା ବେଳେ ୭୫% ଅର୍ଥାତ ୧୭,୫୨୨ ମହିଳା ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏଣୁ, ଆଗାମୀ ପଞ୍ଚାୟତ ନିର୍ବାଚନରେ ରୋଟେସନ ପଦ୍ଧତି ନକରି ମହିଳାଙ୍କୁ ଅଧିକ ସୁଯୋଗ ଦିଆଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ