ପାରଳାରେ ରେଳଷ୍ଟେସନ୍‌ର ଉନ୍ନତୀକରଣର ସମୟସୀମା ସରିବା ପରେ ବି କାର୍ଯ୍ୟ ଅଧାପନ୍ତରିଆ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପାରଳା ରେଳ ଷ୍ଟେସନର ବିକାଶ ଓ ଉନ୍ନତି ପାଇଁ ଦୀର୍ଘଦିନର ଦାବି ପରେ ଷ୍ଟେସନର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା. ହେଲେ ଏହି ନବୀକରଣର ଯେଉଁ ସମୟସୀମା ରହିଥିଲା ତାହା ଅତିକ୍ରାନ୍ତ ପରେ ମଧ୍ୟ ନିର୍ମାଣ ଓ ନବୀକରଣ କାର୍ଯ୍ୟ ୫୦ଭାଗ ବାକି ରହିଛି. ଏହି ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନମାନର କରାଯାଉଥିବା ନେଇ ସାଧାରଣରେ ଅଭିଯୋଗ ପ୍ରକାଶ କରାଯାଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି. ଏହି ନବୀକରଣର ସମସ୍ତ କାର୍ଯ୍ୟଧାରାକୁ ନେଇ ପଦସ୍ତ ପଦାଧିକାରୀ ବିହିତ ତଦନ୍ତ କଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ଜନ ସାଧାରଣରେ ଦାବି ହୋଇଛି. ଏଠାରେ ସୂଚନାଯୋଗ୍ୟଯେ, ପାରଳା ରେଳଷ୍ଟେସନର ଉନ୍ନତି ନିମନ୍ତେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ତରଫରୁ ୩ଟି ପର୍ଯ୍ୟାୟରେ ୧୪ କୋଟି ଟଙ୍କା ଅନୁଦାନ ମିଳିଛି। ଏଥିରେ, ପାରଳା ରେଳଷ୍ଟେସନରେ ନୂତନ ଯାତ୍ରୀ ବିଶ୍ରାମାଗାର, ଟିକଟ କାଉଣ୍ଟର, ପରିଶ୍ରାଗାର, ପାର୍କିସ୍ଥଳ, ରେଳ ମ୍ୟୁଜିୟମ୍, ରିଜର୍ଭେସନ୍ କାଉଣ୍ଟର୍, ରେଳ ପ୍ଲାଟଫର୍ମ ଓଭରବ୍ରିଜ ଆଦି ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ନିର୍ମାଣ କାଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ଉଠୁଥିଲେ ବି ବିଭାଗୀୟ ଅଧିକାରୀ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ତେଣୁ ନବୀକରଣ କାର୍ଯ୍ୟ ଦିନକୁ ଦିନ ବିଳମ୍ବ ଘଟୁଥିବା ସହ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ନିର୍ମାଣ ଚାଲିଛି ବୋଲି ପାରଳା ସହରର କେତେକ ବୁଦ୍ଧିଜୀବୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ପାରଳାଖେମୁଣ୍ଡି ରେଳଷ୍ଟେସନରୁ ପ୍ରତ୍ୟେକ ମାସରେ ୩୦ ଲକ୍ଷରୁ ଅଧିକ ଆଦାୟ ହେଉଛି| ତଥାପି, ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି । ପାରଳାଖେମୁଣ୍ଡିରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ ପାଇଁ ଦାବି ହେଉଥିଲେ ମଧ୍ୟ ବିଭାଗ ଗୁରୁତ୍ବ ଦେଉନାହାନ୍ତି ପ୍ରତିଦିନ ରେଳ ଚଳାଚଳରେ ବିଳମ୍ବ ହେଉଛି। ନୌପଡ଼ା – ପାରଳାଖେମୁଣ୍ଡି ଠାରୁ ଗୁଣୁପୁର ରେଳ ରାସ୍ତାରେ ଦୁଇଟି ଲେବଲ କ୍ରସିଂ ସ୍ଥାପନ ପାଇଁ ଦାବି ହେଉଥିଲେ ମଧ୍ୟ ସେ ନେଇ କୌଣସି ଲେବଲ କ୍ରୋସିଂ ନିର୍ମାଣ ପାଇଁ ସ୍ଥିର ହୋଇନାହିଁ. ରେଳ ବିଭାଗ ଅଧିକାରୀମାନଙ୍କ ଅଣଦେଖା ଯୋଗୁଁ ପାରଳା ରେଳ ଷ୍ଟେସନ ନବୀକରଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଅଧପନ୍ତରିଆ ଅବସ୍ଥାରେ ରହିଛି। ତଥ୍ୟ ମୁତାବକ ଏପ୍ରିଲ ସୁଦ୍ଧା ସମସ୍ତ କାମ ସମାପନ ହେବା ନିଶ୍ଚିତ ହୋଇଥିଲା. ହେଲେ ବର୍ତ୍ତମାନ କାମ ସରିଲା ନାହିଁ ଏବଂ ଆହୁରି ଅନେକ ନିର୍ମାଣ କାର୍ଯ୍ୟ ବାକି ରହିଛି. ଘଟଣା ନେଇ ବିଭାଗୀୟ ପଦସ୍ଥ ପଦାଧିକାରୀ ଆବଶକ୍ୟ ତଦନ୍ତ ସହ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସର୍ବ ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ