ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟବହୃତ ହେବ ୧୧୪୩ ବୁଥ୍ ର ଓ୍ବେବକାଷ୍ଟିଂ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଅବାଧ, ମୁକ୍ତ ଓ ନିରପେକ୍ଷ ମତଦାନ ଯେପରି ହେବ ସେଥି ସକାଶେ ସଦାସର୍ବଦା ପ୍ରୟାସ ଚାଲୁ ରହିଛି । ୧୯-ଆସ୍କା ଲୋକସଭା ସହିତ ସମସ୍ତ ୮ ଗୋଟି ବିଧାନସଭାର ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହୋଇଥିବା ବୁଥ୍ ଗୁଡିକରୁ ୧୧୪୩ ଗୋଟି ବୁଥ୍ ରେ ଓ୍ବେବକାଷ୍ଟ ହେବ । ଏହି ଓ୍ବେବକାଷ୍ଟ ଜରିଆରେ ବୁଥ୍ ମଧ୍ୟରେ ଚାଲୁଥିବା ମତଦାନ ପ୍ରକ୍ରିୟାକୁ ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ଅଧିକାରୀଗଣ ନଜର ରଖିବେ । ପୂର୍ବରୁ ହୋଇଥିବା ନିର୍ବାଚନର ଆଧାରକୁ ନେଇ ମତଦାନ ସଠିକ ରଖିବା ଉଦ୍ଦେଶ୍ୟରେ ଏହି ଓ୍ବେବକାଷ୍ଟ କରାଯାଇଅଛି । ବୁଥ୍ ଗୁଡିକରେ ଭୋଟଦାତାଗଣ ବିନା ଦ୍ବିଧାରେ ନିଜ ମତଦାନ ସାବ୍ୟସ୍ତ କରିବେ । ୧୨୮-ଆସ୍କା ନିମନ୍ତେ ୧୨୬ ଗୋଟି ବୁଥ୍, ୧୩୧-ହିଞ୍ଜିଳି ନିମନ୍ତେ ୧୩୮ ଗୋଟି ବୁଥ୍, ୧୨୬-ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସକାଶେ ୧୪୫ ଗୋଟି ବୁଥ୍, ୧୩୦-ସାନ ଖେମୁଣ୍ଡି ନିମନ୍ତେ ୧୨୯ ଗୋଟି ବୁଥ୍, ୧୨୩-ଭଞ୍ଜନଗର ସକାଶେ ୧୫୪ ଗୋଟି ବୁଥ୍, ୧୨୫- କବି ସୂର୍ଯ୍ୟନଗର ସକାଶେ ୧୪୭ ଗୋଟି ବୁଥ୍, ୧୨୪-ପୋଲସରା ସକାଶେ ୧୫୭ ଗୋଟି ବୁଥ୍ ଏବଂ ୧୨୯-ସୋରଡା ନିମନ୍ତେ ୧୪୭ ଗୋଟି ବୁଥ୍ ରେ ସିଧା ସଳଖ ଓ୍ବେବକାଷ୍ଟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ