କେନ୍ଦ୍ରାପଡା ପୈାରସଂସ୍ଥା ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ୬୬ହଜାର ଟଙ୍କା ଗାଏବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ପାସବୁକରୁ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ୭ଟି ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ପୈାରନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ବଜାର ଶାଖା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଥିବା ପୈାରସଂସ୍ଥା ଜମାବହିରୁ ଗତ ତା ୨୭.୦୨.୨୦୨୪ରିଖରୁ ୬.୦୫.୨୦୨୪ରିଖ ମଧ୍ୟରେ ୭ଥରରେ ୭ଟି ଚେକ ମାଧ୍ୟମରେ ମୋଟ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ଉଠାଇ ନେଇଯାଇଛି । ସେଭଳି କୋଣସି ଚେକ ପୈାରସଂସ୍ଥା ପକ୍ଷରୁ କାହାରିକୁ ପ୍ରଦାନ କରାଯାଇନଥିବା ବେଳେ କିଭଳି ସେହିସବୁ ଚେକରେ ଟଙ୍କା ଉଠାଇନିଆଗଲା ବୋଲି ପୈାରନିର୍ବାହୀ ଅଧିକାରୀ ଅଭିଯୋଗ କରିଛନ୍ତି । ଟଙ୍କା ଉଠାଇ ନିଆଯାଇଥିବା ୭ଟି ଚେକ ସମେତ ଅନ୍ୟ ଅବ୍ୟବହୃତ ଚେକ ଥିବା ବହିଟି ତଦନ୍ତ ନିମନ୍ତେ ସଂପୃକ୍ତ ବ୍ୟାଙ୍କ ଶାଖାକୁ ପୈାରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ବାହୀ ଅଧିକାରୀ ଶ୍ରୀ କର କହିିଛନ୍ତି । ଟାଉନ ଥାନା ପକ୍ଷରୁ ଏ ନେଇ ମାମଲା ରୁଜୁ କରାଯିବା ପରେ ସବଇନିସପେକ୍‌ଟର ରତରଞ୍ଜନ ନାୟକଙ୍କୁ ମାମଲାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା ଥାନାଅଧିକାରୀ ଦିଲ୍ଲିପ କୁମାର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ