ବିଜେଡିରେ ଯୋଗ ଦେଲେ ବିଜେପି ଯୁବ ସଂଗଠକ

ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ସେତିକି ପରିମାଣର ମିଶ୍ରଣ ପର୍ବ ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ପୌରାଞ୍ଚଳ ଅନ୍ତର୍ଗତ ସଦର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଆରଏସଏସ ତଥା ବଜରଙ୍ଗ ଦଳର ସଦସ୍ୟ ତଥା ବିଜେପି ଯୁବ ନେତା ପ୍ରଦୀପ କୁମାର ମହାପାତ୍ର ଏବଂ ତାଙ୍କ ସମର୍ଥକ ଅଜିତ ସିଂ , ଦେବାଶିଷ ବାରିକ ଙ୍କୁ ଫୁଲତୋଡ଼ା ଓ ଶଙ୍ଖ ଚିହ୍ନ ଥିବା ଉତରୀୟ ଦେଇ ସ୍ୱାଗତ କରିଥିଲେ । ବିଧାୟକ କହିଥିଲେ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ସହରାଞ୍ଚଳରେ କାର୍ଯ୍ୟକାରୀ କରିବା ଦିଗରେ ନୂତନ କର୍ମୀମାନେ ସହଯୋଗ କରିବା ଆବଶ୍ୟକ। ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡ଼ିର ସଦର ନିର୍ବାଚନମଣ୍ଡଳି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମରେ ପୌରପାଳିକା ଉପାଧ୍ଯକ୍ଷ କୈଳାଶ ଚନ୍ଦ୍ର ସେଠୀ, ପୂର୍ବତନ ନଗରପାଳ ମନୋଜ ରାଉତ,ଟାଉନ ସଭାପତି ସନତ ଦାସ, ବିଜେଡି ର ରାଜ୍ୟ ଯୁଗ୍ମ ସଂପାଦକ ସତ୍ୟରଞ୍ଜନ ଦାସ , ବିଜୁ ଯୁବ ଜନତା ଦଳର ରାଜ୍ଯ ସାଧାରଣ ସଂପାଦକ ଧୀରେନ କୁମାର ନାୟକ, କାଉନସିଲର କାର୍ତ୍ତିକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ