ପାରଳା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ଭକ୍ତଙ୍କ ସହଭାଗୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ କିଛି ମାସ ଧରି ନିର୍ମାଣଧୀନ ଥିବା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ପରିପ୍ରେକ୍ଷୀରେ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି. ପାରଳାଖେମୁଣ୍ଡି ସହର ବଡ଼ ବ୍ରାହ୍ମଣ ସାହି ନିବାସୀ ମାର୍କଣ୍ଡ ପାଳ ୧୦୦୧୨୧/- ଅର୍ଥ ରାଶି ପ୍ରଦାନ କରି ମନ୍ଦିର ନିର୍ମାଣରେ ସହଭାଗିତା ହୋଇଛନ୍ତି। ମନ୍ଦିର ନିର୍ମାଣ କମିଟିର ସଭ୍ୟ ତଥା ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ ଏବଂ ଅନ୍ୟ କମିଟି ସଦସ୍ୟମାନେ ଏନେଇ ସମ୍ପୃକ୍ତ ଭକ୍ତ ମାର୍କଣ୍ଡ ପାଳ ପରିବାରଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ