ଗରିବ ଲୋକଙ୍କ ବିକାଶରେ ପ୍ରତିବନ୍ଧକ ସାଜିଛି ଓଡିଶା ସରକାର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ବିଜେଡ଼ି ସରକାର ଗରିବ ଲୋକଙ୍କ ବିକାଶ ରାଜ୍ୟର ଉନ୍ନତି ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି।ଅପାରଗ ସରକାରକୁ ଜନସାଧାରଣ ଠିକ୍ ସମୟରେ ଉଚିତ ଜବାବ ଦେବେ।ଆସିକା ସଂସଦୀୟ କ୍ଷେତ୍ର ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଡ଼ିଆ ଅନୁଷ୍ଠିତ ନିର୍ବାଚନୀ ସମାବେଶରେ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦଳୀୟ ନେତା କର୍ମୀ ମାନଙ୍କୁ ଉଦବୋଧନ ଦେଇ ଓଡ଼ିଶା ରେ ଦୀର୍ଘ ୨୪ ବର୍ଷ ଶାସନ କାଳରେ ଦୁର୍ନୀତି ଭ୍ରଷ୍ଟାଚାର ଶୋଷଣ ଚରମ ସୀମା ଟପିଛି ବୋଲି କଡା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ବିଜେଡି ସରକାର ହାଇଜାକ କରିରୂପାନ୍ତରଣପ୍ରକ୍ରିୟାରେ ନିଜସ୍ଵ ଯୋଜନା ଭାବେ ପ୍ରଚଳିତ କରି ବାହାବା ନେଉଥିବାରୁ ଏହାକୁ ଦୃଢ଼ ସମାଲୋଚନା କରିଥିଲେ । ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ସରକାରରେ ପ୍ରଚଳିତ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ନକରିବା , ନଲ ପେଜଳଯୋଜନାକୁ ହରିଲୁଟ କରି ଠିକାଦାର ପୋଷିବା , ଦାଦନ ପ୍ରିୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଯୋଜନା ମନରେଗାରେ ରାଜା ଅନୁଦାନ ସାମିଲ କରି ବିନା ଶ୍ରମିକ ଙ୍କ ଅର୍ଥ ହଡ଼ପ କରିଥିବା ନେଇ ସେ ସମାବେଶକୁ ସମ୍ବୋଧିତ କରିଥିଲେ । ଏହା ସହିତ ରାଜ୍ୟ ସରକାର ପୁରୀ ପରିକ୍ରମା ପ୍ରକଳ୍ପ ନାଁରେ ଚାରିଗୋଟି ପାଇଖାନା ନିର୍ମାଣ ପାଇଁ ପୁରୀର ରୂପରେଖ ବଦଳାଇଥିବା ବେଳେ ଶ୍ରୀମନ୍ଦିର ଚାରି ଦ୍ଵାର ନ ଖୋଲିବା , ରତ୍ନ ଭଣ୍ଡାର ଚାବି ଉପାକ୍ୟାନରେ ରାଜ୍ୟ ସରକାରଙ୍କୁ ଜବରଦସ୍ତ କଟାକ୍ଷକରିଥିଲେ। ଅନ୍ୟ କ୍ରମରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଙ୍କ ଉପରକୁ ପାଣ୍ଡିଆନ ସରକାର ସେସବୁ କରନ୍ତି ଫାଇବ ଟି ର କାର୍ଯ୍ୟାବଳୀ , ସରକାରଙ୍କ ଶିକ୍ଷକ ନ ଥାଇ ସ୍କୁଲ ରୂପାନ୍ତରିକରଣ , ରାଜ୍ୟ ରକାରଙ୍କ ସରକାରୀ ପଦବୀ ନିଯୁକ୍ତିରେ ଲକ୍ଷଲକ୍ଷ ଟଙ୍କାର ଲାଞ୍ଚ , ଖଣି ପାଣି ଚିଟଫଣ୍ଡ ଦୁର୍ନୀତି , ମହିଳା ସୁରକ୍ଷା ନାଁରେ ଓଡ଼ିଶାର ମହିଳା ଉତ୍ପୀଡନ ନେଇ ଓଡ଼ିଶାରେ ସରକାର ନଥିବା ନେଇ ସମାଲୋଚନା କରିଥିଲେ ।ଘୁମୁଷଳ ଜିଲା ବିଜେପି ସଭାପତି ବିଜୟ କୁମାର ସ୍ବାଇଁ ,ଆସିକା ସଂସଦୀୟ କ୍ଷେତ୍ରର ଦଳୀୟପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନୀ ତାଙ୍କ ବକ୍ତବ୍ୟ ରଖିଥିଲେ ଓଡ଼ିଶାର ବିକାଶ ଗରିବ ଲୋକଙ୍କ ସରକାରଙ୍କ ସୁବିଧା ପାଇବାକୁ ହେଲେ ମୋତେ ପଦ୍ମ ଫୁଲ ଚିହ୍ନ ରେ ଭୋଟ ଦେବେ ଦିଲ୍ଲୀ ରେ ମୋଦୀ ସରକାର ହେବ।ଏବଂ ଓଡ଼ିଶା ରେ ବିଜେପି ସରକାର କରିବା ପାଇଁ ଉତ୍ତମ କୁମାର ପାଣିଗ୍ରାହୀ ଙ୍କୁ ପଦ୍ମ ଫୁଲ ରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ କହିଲେ ସାନଖେମୁଣ୍ଡି ରୁ ରାଜତନ୍ତ୍ର ପରିବାର ବାଦ ଲୋପ କରି ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ।ସମାବେଶରେ ,ବରିଷ୍ଠ ସଦସ୍ୟ ମହେଶ ମହାନ୍ତି , ବ୍ରହ୍ମପୁରର ବିଜେପି ମେୟର ପ୍ରାର୍ଥୀନୀ ଡଃ ସବିତା ସୁଆରଙ୍କ ସହିତ ଗଦାଧର ସ୍ବାଇଁ ,ସୁକାନ୍ତ ଖୁଣ୍ଟିଆ,ଦଳୀୟ ନେତା କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଟପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ