କେନ୍ଦ୍ରାପଡା ଉପକାରାଗାରରେ କୈଦୀଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ ଜନୈକ କୈଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହା ଗ୍ରାମର ରଞ୍ଜନ ମଳିକଙ୍କ ପତ୍ନୀ ଗେହ୍ଲେଇ ମଳିକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ଗତ ମାର୍ଚ୍ଚମାସ ୧୦ତାରିଖ ଠାରୁ ଏକ ଘରପୋଡି ଏବଂ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ତାଙ୍କ ସ୍ୱାମୀ ରଞ୍ଜନ ମଳିକ ବାରିମୂଳସ୍ଥିତ ଉପକାରାଗାରାରେ ଥିଲେ । ଗତ ମଇମାସ ୧୫ତାରିଖରେ ତାଙ୍କ ସ୍ୱାମୀ ରଞ୍ଜନ ଫୋନରେ ତାଙ୍କ ସହ କଥା ହୋଇଥିଲେ ଏବଂ ସଂପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ । କିନ୍ତୁ ମଇମାସ ୧୬ତାରିଖ ରାତି ଗୋଟାଏ ବେଳେ ହଠାତ ଜେଲରୁ ଗେହ୍ଲେଇଙ୍କୁ ଫୋନ ଗଲା ଯେ ତମ ସ୍ୱାମୀ ଅସୁସ୍ଥ ଅଛନ୍ତି ତମେ ଶୀଘ୍ର କେନ୍ଦ୍ରାପଡା ଡାକ୍ତରଖାନାକୁ ଆସ ବୋଲି । ମୁଁ ଏତେ ରାତିରେ ଗ୍ରାମରୁ କେନ୍ଦ୍ରାପଡା ଯିବା ସମ୍ଭବ ନୁହେଁ ବୋଲି କହିଲି । ସକାଳୁ ପୋଲିସ ଫୋନ କଲା ତମ ସ୍ୱାମୀ ଆଉ ନାହାନ୍ତି ବୋଲି । ମୋର ବିଶ୍ୱାସ ହେଲାନି କେମିତି ମୋ ସ୍ୱାମୀ ମଲେ ବୋଲି ମୁଁ ପୋଲିସ ବାବୁଙ୍କୁ କହିଲି । ଗେହ୍ଲେଇ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ସନ୍ଦେହ କରୁଛନ୍ତି ତାଙ୍କ ସ୍ୱାମୀ ରଞ୍ଜନ ମଳିକଙ୍କୁ ଜେଲ ଭିତରେ ମାରିଦିଆଯାଇଛି । ପୋଲିସ ପକ୍ଷରୁ ଘଟଣାର ସଠିକ ତଦନ୍ତ କରାନଗଲେ ସେ ପରିବାର ସହିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ତାଙ୍କ ଅଭିଯୋଗରେ ଲେଖିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡା ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ସଦର ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ