ସାଧାରଣ ନିର୍ବାଚନ ଓ ମତଦାନକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚଳିତ ସାଧାରଣ ନିର୍ବାଚନ-୨୦୨୪ ଓ ମତଦାନ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସରେ ୯୬- ପାଟକୁରା ବିଧାନସଭା କ୍ଷେତ୍ରର ସ୍ୱାଧିନ ପ୍ରାର୍ଥୀ ରୋନିତ ରୋଷନ କାନୁନଗୋ ନାମାଙ୍କନ ପ୍ରତ୍ୟାହାର କରିନେଇ ଥିବାବେଳେ ୯୭-କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ସ୍ୱାଧିନ ପ୍ରାର୍ଥୀ ଇଂ ମୁରଲୀଧର ସେଠୀ, ୯୯-ରାଜନଗର ବିଧାନସଭା କ୍ଷେତ୍ରର ସ୍ୱାଧିନ ପ୍ରାର୍ଥୀ ଅଜିତ୍ କୁମାର ନାୟକ ଓ ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରର ମଜଦୁର ବିକାଶ ଦଳର ପ୍ରାର୍ଥୀ ପ୍ରସନ୍ନ ରାଉତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ କେନ୍ଦ୍ରାପଡା ଲୋକସଭା ଆସନର ମୋଟ୍ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ରହିଥିବା ବେଳେ ୫ଟି ବିଧାନସଭା କ୍ଷେତ୍ରରେ ମୋଟ୍ ୪୦ଜଣ ପ୍ରତିଦ୍ୱନ୍ଦିତା ରହିଥିବା ସୂଚନା ଦିଆଯାଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୯୬-ପାଟକୁରା ବିଧାନସଭା କ୍ଷେତ୍ରରେ ୮ଜଣ ପ୍ରତିଦ୍ୱନ୍ଦୀ ରହିଥିବା ବେଳେ ୯୭-କେନ୍ଦ୍ରାପଡାରେ ୮ଜଣ, ୯୮-ଆଳିରେ ୬ଜଣ, ୯୯-ରାଜନଗରରେ ୯ଜଣ ଓ ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରରେ ୯ଜଣ ପ୍ରତିଦ୍ୱନ୍ଦୀ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଲୋକସଂଖ୍ୟା ୨୦୧୧ ମସିହାରେ ୧୪ଲକ୍ଷ ୪୦ହଜାର ୩୬୧ ଥିବାବେଳେ ୨୦୨୪ରେ ପ୍ରାୟ ୧୫ଲକ୍ଷ ୬୮ହଜାର ୮୨୩ ରହିଛି । ୨୦୨୪ ସୁଦ୍ଧା ଜିଲ୍ଲାର ଭୋଟର ସଂଖ୍ୟା ୧୨ଲକ୍ଷ ୭୧ହଜାର ୪୯୪ ହୋଇଥିବା ବେଳେ ସେଥିମଧ୍ୟରୁ ୬ଲକ୍ଷ ୫୯ହଜାର ୫୫୪ ପୁରୁଷ, ୬ଲକ୍ଷ ୧୧ହଜାର ୮୮୯ ମହିଳା ଓ ୫୧ଜଣ କିନ୍ନର ଭୋଟର ଅଛନ୍ତି । ଜିଲ୍ଲାର ଭୋଟ ଗ୍ରହଣ କେନ୍ଦ୍ର ୧୪୪୫ ହୋଇଥିବା ବେଳେ ସେଥିମଧ୍ୟରୁ ୧୩୭୮ଟି କେନ୍ଦ୍ର ଗ୍ରାମାଞ୍ଚଳରେ ରହିଥିବା ବେଳେ ୬୭ଟି ସହରାଞ୍ଚଳରେ ରହିଛି । ୯୬-ପାଟକୁରା ବିଧାନସଭା କ୍ଷେତ୍ରରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୫୧ହଜାର ୫୪୮ ଥିବାବେଳେ ସେଠାରେ ୩୦୯ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି । ୯୭-କେନ୍ଦ୍ରାପଡାରେ ୨ଲକ୍ଷ ୨୯ହଜାର ୭୧୦ ଭୋଟର ଥିବାବେଳେ ୨୪୬ଟି ମତଦାନ କେନ୍ଦ୍ର, ୯୮-ଆଳିରେ ୨ଲକ୍ଷ ୭୪ହଜାର ୭୯୬ ଭୋଟର ଥିବାବେଳେ ସେଠାରେ ୩୧୯ଟି ମତଦାନ କେନ୍ଦ୍ର ରହିଛି । ସେହିଭଳି ୯୯-ରାଜନଗରରେ ୨ଲକ୍ଷ ୬୨ହଜାର ୧୮୧ ଭୋଟର ଥିବାବେଳେ ସେଠାରେ ୨୮୭ଟି ମତଦାନ କେନ୍ଦ୍ର ରହିଛି । ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରରେ ୨ଲକ୍ଷ ୫୩ହଜାର ୨୫୯ ଭୋଟର ରହିଥିବା ବେଳେ ୨୮୪ଟି ମତଦାନ କେନ୍ଦ୍ର ରହିଛି । ୯୬-ପାଟକୁରା ବିଧାନସଭା କ୍ଷେତ୍ରରେ ୪୬ଟି କ୍ରିଟିକାଲ ବୁଥ୍ ଥିବାବେଳେ ୯୭-କେନ୍ଦ୍ରାପଡାରେ ୫୦ଟି, ୯୮-ଆଳିରେ ୬୬ଟି, ୯୯-ରାଜନଗରରେ ୨୫ଟି ଓ ୧୦୦-ମହାକାଳପଡାରେ ୫୮ଟି କ୍ରିଟିକାଲ ବୁଥ୍ ରହିଛି । ପାଟକୁରା ବିଧାନସଭା କ୍ଷେତ୍ରର ୧୮୫ଟି ବୁଥ୍‌ରେ ୱେବ୍‌କାଷ୍ଟିଂ ସହ ମଇକ୍ରୋ ଅବଜର୍‌ଭର୍ ରହିବାର ବ୍ୟବସ୍ଥା କରାଯାଇଥିବା ବେଳେ ୧୮୫ଟି ବୁଥ୍‌ରେ ୱେବ୍‌କାଷ୍ଟିଂ, ୧୫ଟି ବୁଥ୍‌ରେ ମାଇକ୍ରୋ ଅବଜର୍‌ଭର୍ ଏବଂ ୬୦ଟି ବୁଥ୍‌ରେ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ମତଦାନ ଓ ୧୨ଟି ବୁଥ୍‌ରେ ଭିଡିଓଗ୍ରାଫି କରାଯିବାକୁ ବ୍ୟବସ୍ଥା କରାଯାଇଛି । ସେହିପରିି କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ୨୪୬ଟି ବୁଥ୍ ମଧ୍ୟରୁ ୧୪୮ ବୁଥ୍‌ରେ ୱେବ୍‌କାଷ୍ଟିଂ ସହ ମଇକ୍ରୋ ଅବଜର୍‌ଭର୍‌, ୧୪୮ଟିରେ ୱେବ୍‌କାଷ୍ଟିଂ, ୧୨ଟିରେ ମଇକ୍ରୋ ଅବଜର୍‌ଭର୍‌, ୪୮ଟି ବୁଥ୍‌ରେ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ମତଦାନ ଓ ୧୦ଟି ବୁଥ୍‌ରେ ଭିଡିଓଗ୍ରାଫି କରାଯିବ । ଆଳି ବିଧାନସଭା କ୍ଷେତ୍ରର ୩୧୯ଟି ବୁଥ୍ ମଧ୍ୟରୁ ୧୯୧ ବୁଥ୍‌ରେ ୱେବ୍‌କାଷ୍ଟିଂ ସହ ମଇକ୍ରୋ ଅବଜର୍‌ଭର୍‌, ୧୯୧ଟିରେ ୱେବ୍‌କାଷ୍ଟିଂ, ୧୪ଟିରେ ମଇକ୍ରୋ ଅବଜର୍‌ଭର୍‌, ୬୨ଟି ବୁଥ୍‌ରେ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ମତଦାନ ଓ ୧୩ଟି ବୁଥ୍‌ରେ ଭିଡିଓଗ୍ରାଫି କରାଯିବ । ରାଜନଗର ବିଧାନସଭା କ୍ଷେତ୍ରର ୨୮୭ଟି ବୁଥ୍ ମଧ୍ୟରୁ ୧୭୨ ବୁଥ୍‌ରେ ୱେବ୍‌କାଷ୍ଟିଂ ସହ ମଇକ୍ରୋ ଅବଜର୍‌ଭର୍‌, ୧୭୨ଟିରେ ୱେବ୍‌କାଷ୍ଟିଂ, ୧୪ଟିରେ ମଇକ୍ରୋ ଅବଜର୍‌ଭର୍‌, ୫୬ଟି ବୁଥ୍‌ରେ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ମତଦାନ ଓ ୧୨ଟି ବୁଥ୍‌ରେ ଭିଡିଓଗ୍ରାଫି କରାଯିବ । ମହାକାଳପଡା ବିଧାନସଭା କ୍ଷେତ୍ରର ୨୮୪ଟି ବୁଥ୍ ମଧ୍ୟରୁ ୧୭୧ ବୁଥ୍‌ରେ ୱେବ୍‌କାଷ୍ଟିଂ ସହ ମଇକ୍ରୋ ଅବଜର୍‌ଭର୍‌, ୧୭୧ଟିରେ ୱେବ୍‌କାଷ୍ଟିଂ, ୧୫ଟିରେ ମଇକ୍ରୋ ଅବଜର୍‌ଭର୍‌, ୫୬ଟି ବୁଥ୍‌ରେ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ମତଦାନ ଓ ୧୧ଟି ବୁଥ୍‌ରେ ଭିଡିଓଗ୍ରାଫି କରାଯିବ । ଅଦ୍ୟାବଧି ସି-ଭିଜିଲ୍ ଆପ୍ ମାଧ୍ୟମରେ ଆଳି ବିଧାନସଭା କ୍ଷେତ୍ରରୁ ୨୦୬ଟି ଅଭିଯୋଗ ମିଳିଥିବା ବେଳେ ୧୯୪ଟିରେ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ୭୮ଟି ଅଭିଯୋଗ ମିଳିଥିବା ବେଳେ ୭୬ଟି ଉପରେ ପଦକ୍ଷେପ ନିଆଯାଇଛି । ମହାକାଳପଡା ବିଧାନସଭା କ୍ଷେତ୍ରରେ ୪୧ଟି ଅଭିଯୋଗ ମିଳିଥିବା ବେଳେ ୪୦ଟି ଉପରେ ପଦକ୍ଷେପ ଗ୍ରହଣ କରାଯାଇଛି । ପାଟକୁରା ବିଧାନସଭା କ୍ଷେତ୍ରରୁ ୧୫ଟି ଅଭିଯୋଗ ମିଳିଥିବା ବେଳେ ୧୫ଟିରେ ପଦକ୍ଷେପ ଗ୍ରହଣ କରାଯାଇଛି ଓ ରାଜନଗର ବିଧାନସବା କ୍ଷେତ୍ରରେ ୩୮ଟି ଅଭିଯୋଗ ମିଳିଥିବା ବେଳେ ସେଥିରୁ ୩୭ଟିରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଯୋଗ୍ ଦେଇ ସମ୍ବେଦନଶୀଳ ବୁଥ୍ ଗୁଡିକ ନିମନ୍ତେ ନିଆଯାଇଥିବା ସୁରକ୍ଷା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଳି ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ନିଲୁ ମହାପାତ୍ର, ପାଟକୁରା ଓ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡା ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାସ, ଡେପୁଟୀ କଲେକ୍ଟର(ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ