ଓଡ଼ଙ୍ଗୀ ଗ୍ରାମପଞ୍ଚାୟତରେ ବିଜେଡ଼ିର ମିଶ୍ରଣପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ସେତିକି ପରିମାଣର ମିଶ୍ରଣ ପର୍ବ ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ସଦର ନିର୍ବାଚନମଣ୍ଡଳିର ଓଡ଼ଙ୍ଗୀ ପଂଚାୟତର ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଅନ୍ୟ ଦଳରୁ ଆସିଥିବା ଦଳୀୟ କର୍ମୀମାନଙ୍କୁ ଫୁଲତୋଡ଼ା ଓ ଶଙ୍ଖ ଚିହ୍ନ ଥିବା ଉତରୀୟ ଦେଇ ସ୍ୱାଗତ କରିଥିଲେ । ବିଧାୟକ କହିଥିଲେ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଗ୍ରାମାଂଚଳରେ କାର୍ଯ୍ୟକାରୀ କରିବା ଦିଗରେ ନୂତନ କର୍ମୀମାନେ ସହଯୋଗ କରିବା ଆବଶ୍ୟକ । ଗ୍ରାମାଂଚଳର ବିକାଶ ହେଲେ ରାଜ୍ୟର ତଥା ଦେଶର ବିକାଶ ହୋଇପାରିବ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡ଼ିର ସଦର ନିର୍ବାଚନମଣ୍ଡଳି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ବସନ୍ତ କୁମାର ପଣ୍ଡା, ପଂଚାୟତ ସଭାପତି ମଧୁସୁଦନ ଦାସ, ଜ୍ଞାନରଞ୍ଜନ ଦାସ, ପରେଶ ଦାସ,ବିଦ୍ଯାଧର ଦାସ, ବାବୁଲା ମହାଳିକ, ମହେନ୍ଦ୍ର ଦାସଙ୍କ ସମେତ କର୍ମକର୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ